ଭଦ୍ରକରେ ପୁଣି ଫୁଲୁଛି ବୈତରଣୀ ଓ ସାଳନ୍ଦୀ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ପୁଣି ଥରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳରେ ନଦୀ ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବହୁ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଯାଜପୁରରେ ବୈତରଣୀ ନଦୀ ବିପଦ ସଙ୍କେତ ଟପିଛି। ଏହାର ଶାଖା କାଣି ନଦୀରେ ମଧ୍ୟ ଘାଇ ସୃଷ୍ଟି ହୋଇଛି। କାଣି ନଦୀର ପାଟଣା ନିକଟରେ ଆଉ ଏକ ଘଳିଆ ପଡ଼ିବାରୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଜଳବନ୍ଦୀ ହୋଇ ଘରର ଛାତ ଉପରେ ଆଶ୍ରୟ ନେଇଥିବା ଲୋକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ସୁରକ୍ଷିତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିଛି। ପାଖାପାଖି ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତୁହାକୁ ତୁହା ବର୍ଷା ଏବଂ ବଢ଼ୁଥିବା ବନ୍ୟାଜଳ ଦଶରଥପୁରବାସୀଙ୍କ ଚିନ୍ତା ବଢ଼ାଇଛି।
ଭଦ୍ରକ ଜିଲ୍ଲାରେ ମଧ୍ୟ ପୁଣି ଥରେ ବନ୍ୟା ସ୍ଥିତି ସଙ୍ଗିନ ହୋଇଛି। ଆଖୁଆପଦା ଆନିକଟ ନିକଟରେ ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ଜଳସ୍ତର ୧୮.୩୮ ମିଟରରେ ପ୍ରବାହିତ ହେଉଛି। ସେହିପରି ରାଜଘାଟ ନିକଟରେ ସାଳନ୍ଦୀ ନଦୀ ମଧ୍ୟ ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି। ଗତକାଲି ଜଳସ୍ତର କମିଥିଲେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ପୁଣି ନଦୀ ଫୁଲିବା ଆରମ୍ଭ କରିଛି।ଭଦ୍ରକ-ଆରଡ଼ି ରାସ୍ତାର କୋଠାର ନିକଟରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଧାମନଗର, ତିହିଡ଼ି ଓ ଭଣ୍ଡାରିପୋଖରୀର ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି।ତିହିଡ଼ି ବ୍ଲକର ବାରୋ, ବିଲନା, ବାରସର ଏବଂ ଧାମନଗର ବ୍ଲକର ଧୁଷୁରୀ, ଅସୁରାଳୀ, ରଇପୁର ଆଦି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି।

ବାଲେଶ୍ୱର ଜିଲ୍ଲା ମଥାନୀ ନିକଟରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳକା ନଦୀର ଜଳସ୍ତର ୬.୫୨ ମିଟର ରହିଛି।ଦୀର୍ଘ ୪ ଦିନ ଧରି ବନ୍ୟାଜଳ ନକମିବାରୁ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଅନେକ ଗାଁ ଜଳବନ୍ଦୀ ହୋଇପଡ଼ିଥିବା ବେଳେ ବାହ୍ୟ ଜଗତ ସହ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟାତ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ସହ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଥିବାରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।

  • Related Posts

    ମୋହନଙ୍କ ବଡ଼ ନିଷ୍ପତ୍ତି : ନବମ ଓ ଦଶମ ପିଲାଙ୍କୁ ମିଳିବ ମାଗଣା ବହି

    ଭୁବନେଶ୍ୱର, ୧୩ ।୧୦ : ରାଜ୍ୟ କ୍ୟାବିନେଟ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରିବେ । ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୨୮.୯୦ ଲକ୍ଷ…

    Continue reading
    ମୋହନଙ୍କ ବଡ଼ ନିଷ୍ପତ୍ତି : ବର୍ଷା ଜଳ ନିଷ୍କାସନ ପାଇଁ ୫ ଶହ କୋଟି

    ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍‌କୁ ମଞ୍ଜୁରୀ ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ