ଭଦ୍ରକ ରାଜନୀତି: ବିଜେପିରେ ମିଶିପାରନ୍ତି ମଣ୍ଡଳ ଦମ୍ପତି

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଜ଼ିଲ୍ଲାରେ ନୂଆ ବର୍ଷ ପୂର୍ବରୁ ବିଜେଡି ଦଳ ଚୁରମାର ହୋଇ ଯାଇପାରେ। ଭଦ୍ରକରେ ଦିନକୁ ଦିନ ବିଜେଡି ଦଳ ଛାଡ଼ି ବିଜେପି ମୁହାଁ ହେଉଛନ୍ତି ନେତା ଆଉ କର୍ମୀ । ଜିଲ୍ଲାର ୪ ବ୍ଲକର ଅଧ୍ୟକ୍ଷ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ବେଳେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପୁତ୍ର ଲୁଲୁ ସାମଲ ଓ ଜୁଲୁ ସାମଲ ବିଜେଡିରେ ଯୋଗଦେବା ପରେ ବିଜେଡିରୁ ପ୍ରତିଦିନ ବିଭିନ୍ନ ପଞ୍ଚାୟତରେ ସରପଂଚ ଓ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ମିସୁଛନ୍ତି ।
ଆସନ୍ତା ନୂଆ ବର୍ଷରେ ଭଦ୍ରକ ଜିଲ୍ଲାର ବିଜେଡି ଦଳର ତିନି ପ୍ରମୁଖ ନେତା ଜିଲା ସଭାପତି ଜଗନ୍ନାଥ ସ୍ବାଇଁ, ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ , ଭଦ୍ରକ ର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡି ଦଳ ଛାଡ଼ି ବିଜେପିରେ ମିଶିବେ ବୋଲି ଜୋରଦାର ଚର୍ଚା ଆରମ୍ଭ ହୋଇଛି । ମଞ୍ଜୁଲତା ମଣ୍ଡଳ ସାଂସଦ ଥିବା ବେଳେ ମୁକ୍ତିକାନ୍ତ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହିତ ସୁସମ୍ପର୍କ ରଖି ଭଦ୍ରକ ବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ କରିଛନ୍ତି। ସେଥିପାଇଁ କେନ୍ଦ୍ର ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦଙ୍କ ସହିତ ମଧ୍ୟ ବେଶ ଭଲ ସମ୍ପର୍କ ରଖିଛନ୍ତି ମୁକ୍ତିକାନ୍ତ। ଯାହାର କିଛି ଫୋଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେଉଛି। ସେଥିପାଇଁ ମଣ୍ଡଳ ଦମ୍ପତି ବିଜେପିରେ ମିଶିବା ଚର୍ଚା ଏବେ ସବୁଠୁ ଆଲୋଚନା ହେଉଛି ।
ଶୁଣାଯାଉଛି କାଳେ ଏହି ତିନି ବିଜେଡି ନେତା ବିଜେପିର ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ କାଳେ ସେମାନଙ୍କ ମିଶ୍ରଣ ନେଇ ସବୁଜ ସଂକେତ ଦେଇସାରିଛନ୍ତି । ତାରିଖ ଧାର୍ୟ୍ୟ ହେଲେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ହେବ ବୋଲି କୁହାଯାଉଛି । ଏବେ ମଣ୍ଡଳ ଦମ୍ପତି ଗତ ତିନି ଦିନ ହେଲା ଦିଲ୍ଲୀ ଗ୍ରସ୍ଥରେ ଅଛନ୍ତି। ଦିଲ୍ଲୀରେ ବିଜେପିର କିଛି ଉପର ଲେବୁଲ ନେତାଙ୍କ ସହ ଆଲୋଚନା କରିଥିବା ନେଇ ଭଦ୍ରକରେ ଚର୍ଚା ହେଉଛି ।

  • Related Posts

    ସର୍ଭେ ରିପୋର୍ଟ :ତାମିଲନାଡୁରେ ପୁଣି ଥରେ ବାଜି ମାରିବ ଡିଏମ୍‌କେ ମେଣ୍ଟ

    ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ତା’ପୂର୍ବରୁ ଆସିଥିବା ଦୁଇଟି ସର୍ଭେ ରିପୋର୍ଟ କହୁଛି ଯେ ପୁଣି ଥରେ ବାଜି ମାରିବ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍‌କେ ମେଣ୍ଟ। ଲୋକ୍ ପୋଲ୍‌…

    Continue reading
    ଆଜି ଆସାମ ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆସାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସାମର ଜୋରହାଟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋନାରି ଓ ମରିୟାନି ବିଧାନସଭା କ୍ଷେତ୍ରରେ ଦୁଇ ଦିନ ଧରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ରବିବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ