ଭାରତ ଆସିବେ ପୁଟିନ୍

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦୋବାକୁ ଭାରତ ଆସିବେ। ଏନେଇ କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ ସୂଚନା ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବରରେ ବ୍ରିକ୍ସ ସମ୍ମିଳନୀ ଆୟୋଜନା ହେବାର ଅଛି। ବୈଶ୍ବିକ ଭୂ- ରାଜନୈତିକ ସମୀକରଣ ବଦଳିବା ଏବଂ ତିକ୍ତତା ବୃଦ୍ଧି ଭିତରେ ଭାରତ ଏହି ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି।
ଏଥିରେ ପୁଟିନ୍ ସାମଲ ହେବା ସଭିଁଙ୍କ ଧ୍ୟାନ ଆକର୍ଷଣ କରିପାରେ। କାରଣ ସମ୍ପ୍ରତି ଅନ୍ତର୍ଜାତୀୟ ସଂଘର୍ଷରେ ଋୁଷର ଭୂମିକା ଏବଂ ଉଦୀୟମାନ ବୈଶ୍ବିକ ଶକ୍ତି ମଧ୍ୟରେ ସମନ୍ବୟର ଏକ ମଞ୍ଚ ଭାବେ ବ୍ରିକ୍ସର ଗୁରୁତ୍ବ ଲଗାଥର ବଢ଼ୁଛି। ଏହା ପୂର୍ବରୁ ୨୦୨୫ ଡିସେମ୍ବରରେ ୨୩ ତମ ଭାରତ- ଋଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ପୁଟିନ୍ ଭାରତ ଆସିଥିଲେ।
ଉଲ୍ଲେଖଯୋଗ୍ୟ, ବ୍ରିକ୍ସରେ ବ୍ରାଜିଲ୍, ଋଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ସଦସ୍ୟ ରାଷ୍ଟ୍ର ରହିଛନ୍ତି। ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ରହିଛି, ସ୍ଥାୟୀତ୍ବ ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ । ୨୦୨୧ ସେପ୍ଟେମ୍ବର ୯ରେ ଭାରତ ୧୩ ତମ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିଥିଲା।

  • Related Posts

    SIM CARD ଆଜିଠାରୁ ସିମ୍ କାର୍ଡ ନିୟମ ପରିବର୍ତ୍ତନ

    ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଛୋଟ ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ, ସମସ୍ତଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି । ତେଣୁ, ସମସ୍ତଙ୍କ ପାଖରେ ସିମ୍ କାର୍ଡ ବି ଅଛି । ପ୍ରାୟତଃ, ବାପା ମାଆ…

    Continue reading
    fire in hospital ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ:3 ନବଜାତ ଶିଶୁଙ୍କ ମୃତ୍ୟୁ

    ମହାରାଷ୍ଟ୍ର: ଆଜି ସକାଳେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଶିଶୁ ବିଭାଗ (NICU)ରେ ଅଗ୍ନିକାଣ୍ଡ ଘଟି 3 ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଶିଶୁ ନିଆଁରେ ପୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ