ନୂଆଦିଲ୍ଲୀ, 20।08: ଭାରତ ଗସ୍ତରେ ଆସିଥିବା ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍ଏ) ଅଜିତ୍ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି। ୱାଙ୍ଗଙ୍କୁ ଭେଟିବା ଅବସରରେ ମୋଦୀ କହିଥିଲେ ଯେ ଭାରତ ଓ ଚୀନ ଦ୍ବିପାକ୍ଷିକ ସମ୍ପର୍କରେ ଦ୍ରୁତ ଉନ୍ନତି ଆସିବାରେ ଲାଗିଛି। ଦୁଇ ଦେଶ ପରସ୍ପରର ସ୍ବାର୍ଥ ଓ ସମ୍ବେଦନଶୀଳତାକୁ ସମ୍ମାନ କରୁଛନ୍ତି। ଗତବର୍ଷ କାଜାନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମୋଦୀ ଭେଟିବା ପରଠାରୁ ଦୁଇଦେଶ ସମ୍ପର୍କରେ ଉନ୍ନତି ଆସିବାରେ ଲାଗିଛି। ଚଳିତ ମାସ ଶେଷ ଭାଗରେ ଚୀନର ତିଆନଜିନ୍ରେ ହେବାକୁ ଯାଉଥିବା ଏସସିଓ ବୈଠକରେ ମୋଦୀ ଯୋଗ ଦେବେ। ଏସ୍ସିଓ ବୈଠକକୁ ଆସିବା ଲାଗି ମୋଦୀଙ୍କୁ ଜିନପିଙ୍ଗ ନିମନ୍ତ୍ରଣ କରିଛନ୍ତି। ଏହି ବୈଠକ ଭାରତ ଓ ଚୀନ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ମୋଦୀ ଆଶା ବ୍ୟକ୍ତ କରିଛନ୍ତି। ମୋଦୀ କହିଛନ୍ତି ଯେ ଭାରତ ଓ ଚୀନ ସମ୍ପର୍କରେ ଉନ୍ନତି ଆସିପାରିଲେ ଏହା ଆଞ୍ଚଳିକ ଏବଂ ବିଶ୍ବରେ ଶାନ୍ତି ଓ ବିକାଶ ପାଇଁ ସହାୟକ ହେବ। ସୀମା ବିବାଦକୁ ନେଇ ଭାରତ ଓ ଚୀନ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବାବେଳେ ଏହାର ସ୍ଥାୟୀ ସମାଧାନ ଉପରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି। ସୀମା ବିବାଦର ସମାଧାନ ଦିଗରେ ସକାରାତ୍ମକ ଉନ୍ନତି ଆସିଥିବା ସେ କହିଛନ୍ତି।
ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି
ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…




