ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ଵର:ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ୭ଜଣ ଡିଏସ୍ ପି, ୯ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ ସମେତ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି । ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏକାସାଙ୍ଗରେ ୭ଟି ସ୍ଥାନରେ ଖୋଳତାଡ଼ ଚାଲିଛି । ଜୟପୁରର ପରାବେଡ଼ା ଅଞ୍ଚଳରେ ଥିବା ତାଙ୍କ ଭଡ଼ା ଘର, ଖୋର୍ଦ୍ଧା ଜିଲ୍ଲା ଜଟଣୀର ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଜାହାଙ୍ଗର ଗ୍ରାମରେ ଥିବା ପୈତୃକ ବାସଭବନ, କୋଟପାଡ଼ରେ ଥିବା ସରକାରୀ କ୍ୱାର୍ଟର, କାର୍ୟ୍ୟାଳୟ କକ୍ଷ ଏବଂ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ଦୁଇଟି ଫାର୍ମରେ ରେଡ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା ନଗଦ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି।

  • Related Posts

    ଶ୍ରୀମଦ୍ ଭାଗବତ ସପ୍ତାହ ଉଦଯାପିତ

    ନିମାପଡ଼ା: ନିମାପଡ଼ା ଏନଏସି ୯ ନଂ ୱାର୍ଡ ଅଣ୍ଢିଆସାହି ମା’ ଦକ୍ଷିଣେଶ୍ୱରୀଙ୍କ ପୀଠରେ ଶ୍ରୀମଦ୍ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଏହି ଧାର୍ମିକ ଉତ୍ସବକୁ ବାବାଜୀ ବୈକୁଣ୍ଠ ଦାସ ମହାରାଜ ଉଦ୍ଘାଟନ କରିଥିଲେ। ମା’ ଦକ୍ଷିଣେଶ୍ୱରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ…

    Continue reading
    ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

    ନିମାପଡ଼ା: ଏହି ବ୍ଲକ ଡେଣୁଅଁ ପଂଚାୟତ ଅନ୍ତର୍ଗତ ଆଳିପିଙ୍ଗଳ ଗ୍ରାମ ବାବା ବଟେଶ୍ଵର ଛକ ନିକଟରେ ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଘଣ୍ଟ,ହୁଳହୁଳି, ମନ୍ତ୍ର ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ଭକ୍ତିମୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ