ଭିଜିଲାନ୍ସ ଜାଲରେ ୨ ଅଡିଟ୍ଅ ଧିକାରୀ

#୧୪_ଲକ୍ଷରୁ_ଉର୍ଦ୍ଧ୍ୱ_ଲାଞ୍ଚ_ଟଙ୍କା_ଜବତ

ମୟୂରଭଞ୍ଜ: ବାରିପଦା ସହରରୁ ଲାଞ୍ଚ ଟଙ୍କା ନେଇ ଫେରାର ହେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦୁଇ ଅଡିଟ୍ ଅଫିସର । ଅଟକ ଦୁଇ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପୁରୀ ଜିଲ୍ଲାର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ଭୁବନେଶ୍ୱର ପ୍ରଶାନ୍ତ ପ୍ରଧାନ । ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩୦ ତାରିଖରୁ ଉଭୟ ଅଧିକାରୀ ବାରିପଦାର ଏକ ହୋଟେଲରେ ରହି ଜିଲ୍ଲାର ବିଭିନ୍ନ ଆଦିବାସୀ ହଷ୍ଟେଲ ଓ ଆଶ୍ରମ ସ୍କୁଲ (ଡିଡବ୍ଲୁଓ ଅଧୀନସ୍ଥ ବିଦ୍ୟାଳୟ) ଗୁଡ଼ିକରେ ଅଡିଟ୍ କାର୍ଯ୍ୟ କରୁଥିଲେ । ଅଡିଟ୍ ବାବଦକୁ ସେମାନେ ବିଭିନ୍ନ ବିଦ୍ୟାଳୟରେ ଭୟଭୀତ କରାଇ ବିଦ୍ୟାଳୟ ପିଛା ପ୍ରାୟ ୫ ରୁ ୧୦ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇଥିଲେ । ବିପୁଳ ପରିମାଣର ଲାଞ୍ଚ ଟଙ୍କା ବେଆଇନ ଭାବେ ଆଦାୟ କରି ଏକତ୍ରିତ କରିଥିଲେ । ଏ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଭିଜିଲାନ୍ସ ଟିମ୍ ଦୀର୍ଘ ଦିନ ହେବ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖି ଟ୍ରାକିଂ ଚଳାଇଥିଲା।
ଗତକାଲି ବିଳମ୍ବିତ ରାତିରେ ଉଭୟ ଅଫିସର ବ୍ୟାଗ୍ ଓ ଆଟାଚିରେ ନଗଦ ଟଙ୍କା ଭର୍ତ୍ତି କରି ଏକ ସରକାରୀ ବୋଲେରୋ ଗାଡ଼ି ଯୋଗେ ଖସି ପଳାଇବାକୁ ଯୋଜନା କରୁଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ତତ୍ତ୍ୱାବଧାନରେ ବାରିପଦା ଓ ବାଲେଶ୍ୱର ଭିଜିଲାନ୍ସର ମିଳିତ ଟିମ୍ ସେମାନଙ୍କୁ ରାସ୍ତା ଉପରେ ପିଛା କରି କାବୁ କରିଥିଲା । ଯାଞ୍ଚ ସମୟରେ ଅଧିକାରୀ ଦ୍ୱୟଙ୍କ ନିକଟରୁ ବ୍ୟାଗ୍ ଭର୍ତ୍ତି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ବୋଲେରୋ ଗାଡ଼ି ଜବତ କରାଯାଇଛି । ପରେ ସେମାନେ ରହୁଥିବା ହୋଟେଲ ରୁମରେ ମଧ୍ୟ ଚଢ଼ାଉ କରାଯାଇ ଆହୁରି ନଗଦ ଅର୍ଥ ଠାବ ହୋଇଥିବା ବେଳେ ରାତି ତମାମ ଟଙ୍କା ଗଣତି ଜାରି ରହିଥିଲା। ଉଭୟଙ୍କ ନିକଟରୁ ମିଳିଥିବା ଟ୍ରଲି ବ୍ୟାଗରୁ ୫ ଲକ୍ଷ ୫୧ ହଜାର ୫୧୦ ନଗଟ ଟଙ୍କା ଜବତ କରାଯାଇଛି । ଯାହାକି ୫୨ ଟି ଲଫାପା ଏବଂ ୨୦ ଟି ବିଡ଼ାରେ ବନ୍ଧା ହୋଇ ରହିଥିଲା । ସେହିପରି ହୋଟେଲ ରୁମ ଯାଞ୍ଚ ବେଳେ ୮ ଲକ୍ଷ ୮୬ ହଜାର ୮୩୦ ଟଙ୍କା ଜବତ କରାଯାଇଛି । ମୋଟ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ କରାଯାଇଛି । ମିଳିଥିବା ଟଙ୍କାର ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ଭିଜିଲାନ୍ସ ଉଭୟଙ୍କୁ ଅଟକ ରଖିଛି । ଏହା ପରେ ଭୁବନେଶ୍ୱରସ୍ଥିତ କାର‌୍ୟ୍ୟାଳୟ ସମେତ ପୁରୀ ଓ ଭୁବନେଶ୍ୱର ସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ ଜାରି ରଖିଛି। ଅଟକ ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର କାର‌୍ୟ୍ୟାଳୟକୁ ନିଆଯାଇଛି ଭିଜିଲାନ୍ସ ଏସପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି। ଆଜି ପୂର୍ବାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜବତ ଟଙ୍କାର ସଠିକ୍ ପରିମାଣ ଓ ତଦନ୍ତ ସମ୍ପର୍କିତ ବିସ୍ତୃତ ତଥ୍ୟ ଭିଜିଲାନ୍ସ ପକ୍ଷରୁ ସାର୍ବଜନୀନ କରାଯିବ ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ