ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର ଟେଣ୍ଡର ବାତିଲ ହୋଇଛି। ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ସହ କଣ୍ଟ୍ରାକ୍ଟ ଚୁକ୍ତି ବାତିଲ କରାଯାଇଛି। ୬ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା। ପ୍ରାୟ ୮ ମାସ ହେଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି।୨୦୨୪ ନିର୍ବାଚନ ପୂର୍ବରୁ ପୂର୍ବ ସରକାର ମେଟ୍ରୋ ପ୍ରକଳ୍ପର ନିଅଁ ଦେଇଥିଲେ । ୨୦୨୪-୨୫ ବଜେଟରେ ଏ ପ୍ରକଳ୍ପ ପାଇଁ ଅର୍ଥ ବରାଦ ହେଲା । ଆରମ୍ଭରୁ କୁହାଗଲା, ସହର ଉପରେ ଏଲିଭେଟେଡ୍‌ କରିଡରରେ ମେଟ୍ରୋ ରେଳ ପଥ ନିର୍ମାଣ ହେବ । କିଛି ମାସ ପାଇଁ ସହରରେ ମାଟି ପରୀକ୍ଷା ପାଇଁ ଖୋଳାତଡ଼ା ଆରମ୍ଭ ହେଲା । ପୁଣି କ’ଣ ହେଲା କେଜାଣି ସବୁ କାମ ବନ୍ଦ, ନିର୍ମାଣ ସାମଗ୍ରୀ ଉଠାଇ ନିଆଗଲା । ବର୍ତ୍ତମାନ ସରକାର କହୁଛନ୍ତି, ମାଟି ତଳେ ମେଟ୍ରୋ ଚାଲିବ । ମେଟ୍ରୋ ରେଳ ପାଇଁ କମିଟି ଗଠନ କରାଯାଇଛି । ଗତ ୧୬ ତାରିଖରେ ଏ ନେଇ ବୈଠକ ବସିଥିଲା । ମେଟ୍ରୋ ପ୍ରକଳ୍ପକୁ ନେଇ ବାରମ୍ବାର ଭିନ୍ନ କଥା, ଭିନ୍ନ ଢାଞ୍ଚା, ନୂଆ ବୟାନବାଜି ନେଇ ମେଟ୍ରୋ ପ୍ରକଳ୍ପକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି ।
ବିଜେଡି ସରକାର ସମୟରେ ମେଟ୍ରା ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ସହ ଟେଣ୍ଡର କରାଯାଇଥିଲା । ପ୍ରକଳ୍ପର ଭିତ୍ତିପ୍ରସ୍ତର ହୋଇଥିଲା । ମାତ୍ର ବିଜେପି ସରକାର କ୍ଷମତାକୁ ଆସିବାର ଦୀର୍ଘ ୧୩ ମାସ ବିତି ଯାଇଥିଲେ ସୁଦ୍ଧା ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଲାଗି ରହିଛି । ତେବେ ଭୁବନେଶ୍ବର ମେଟ୍ରୋ ନେଇ କମିଟି ଗଠନ ହୋଇଛି । ଏହି କମିଟି ଥରେ ବୈଠକ କରିଛି । ଆଗକୁ ପୁଣି ବୈଠକ ବସି ଆଲୋଚନା ହେବ । ନୂଆ ଡିପିଆର୍‌ ପ୍ରସ୍ତୁତ ପରେ କେନ୍ଦ୍ରକୁ ପ୍ରସ୍ତାବ ପଠାଯିବ । କେନ୍ଦ୍ରର ସହଯୋଗରେ ପ୍ରକଳ୍ପ ହେବ । ନୂଆ ଢାଞ୍ଚାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।

  • Related Posts

    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading
    ଗୁଳୁଗୁଳି; ୪୦ ଡିଗ୍ରୀ ଡେଇଁଲା ତାପମାତ୍ରା

    ଭୁବନେଶ୍ୱର: ଦିନରେ ଗରମ, ରାତିରେ ଝଡବର୍ଷା। ରାଜ୍ୟରେ ଜାରି ରହିଛି ଖରା ତାତି ସାଙ୍ଗକୁ ଝଡ଼ବର୍ଷା ପ୍ରଭାବ। ଅପରାହ୍ଣରେ ବଦଳି ଯାଉଛି ପାଗ। ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ଝଡ଼ବର୍ଷା ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ