ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କ ତ୍ୱରିତ ପଦକ୍ଷେପ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ପାଣିରେ ଭାସିଯାଇ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟଣାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ସମ୍ବାଦ ପାଇବା କ୍ଷଣି ତୁରନ୍ତ ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ସହିତ ଟେଲିଫୋନ୍ ଯୋଗେ କଥା ହୋଇଥିଲେ । ସଙ୍ଗେ ସଙ୍ଗେ ସେ ଓଡ଼ିଶା ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବଙ୍କ ସହିତ କଥା ହୋଇଥିଲେ । ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନଙ୍କ ସହ ନିରନ୍ତର ସମନ୍ୱୟ ରଖି ଉଦ୍ଧାର ଓ ଆବଶ୍ୟକ ପରବର୍ତ୍ତୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ଦିବଂଗତ ଅମରତ୍ମାଙ୍କ ସଦ୍‌ଗତି କାମନା କରି ଶୋକସନ୍ତପ୍ତ ଅନ୍ୟ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ । ଏ ସଂପର୍କରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଆବଶ୍ୟକ ତ୍ୱରିତ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସରକାରଙ୍କ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ପ୍ରୀତିଶ ପଣ୍ଡା ଭୁବନେଶ୍ୱରସ୍ଥିତ ମୃତକଙ୍କ ଅନ୍ୟ ପରିବାର ଓ ସଂପର୍କୀୟଙ୍କୁ ଜୟଦେବ ବିହାର ୟୁନିଟ୍ -୧୬ ସ୍ଥିତ ଆତ୍ମାରାମ ବସ୍ତିରେ ସାକ୍ଷାତ କରି ମୃତକଙ୍କ ସମ୍ପର୍କରେ ବୁଝିଥିଲେ । ସେମାନେ ହେଲେ ଶିବ ପ୍ରସାଦ ବେହେରା (ବୟସ-୪୩ ), ସାଇ ସ୍ୱର୍ଣ୍ଣପ୍ରଭା ବେହେରା(୬), କ୍ରିଷ୍ଣା ରାଜବୀର(୧୩), ଜ୍ଞାନେନ୍ଦ୍ର କୁମାର ବେହେରା(୪୦), ରୀତାରାଣୀ ବେହେରା(୩୬), ସାଇ ସ୍ୱସ୍ଥିକ ବେହେରା(୧୦) ଏବଂ ରାଧାରାଣୀ ବେହେରା (୩୪) ।
ଏ ସଂପର୍କରେ କଲେକ୍ଟର କାର୍ଯ୍ୟାଳୟ ଏବଂ ଜିଲ୍ଲା ଦଣ୍ଡାଧିକାରୀ , ଜିଲ୍ଲା ଅଗର ମାଲଓ୍ୱା,ମଧ୍ୟ ପ୍ରଦେଶଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଜିଲ୍ଲା ଆଗର-ମାଲୱା ଅନ୍ତର୍ଗତ ତହସିଲ ନଲଖେଡ଼ାସ୍ଥିତ ମା’ ବଙ୍ଗଳାମୁଖୀ ମନ୍ଦିରର ନାଳାରେ ଭୁବନେଶ୍ୱ, ଓଡ଼ିଶାର ୦୭ ଜଣ ଦର୍ଶନାର୍ଥୀଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ମୃତଦେହ ସେମାନଙ୍କ ନିଜ ନିବାସସ୍ଥାନକୁ ଆମ୍ବୁଲାନ୍ସ/ଶବବାହନ ଯୋଗେ ପଠାଯାଇଛି । ଏହି କାର୍ଯ୍ୟ ପାଇଁ ଶ୍ରୀ ରାହୁଲ ଜୈନ, ରାଜସ୍ୱ ନିରୀକ୍ଷକ, ବୃତ୍ତ ତନୋଡ଼ିଆ, ତହସିଲ ଆଗରଙ୍କୁ ମୃତଦେହ ପରିବହନ ପାଇଁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଏଥିସହ ଶ୍ରୀ ଅନୁପ ରାଜପୁତ “ ପଟୱାରୀ”ଙ୍କୁ ସହାୟକ ଭାବେ ନିୟୋଜିତ କରାଯାଇଛି ।
ଶ୍ରୀ ରାହୁଲ ଜୈନ, ଜଣେ ପୋଲିସ କର୍ମଚାରୀଙ୍କ ସହ ଆମ୍ବୁଲାନ୍ସ/ଶବବାହନ ଯୋଗେ ମୃତକମାନଙ୍କ ମୃତଦେହକୁ ଓଡ଼ିଶାରେ ଥିବା ସେମାନଙ୍କ ନିଜ ଜିଲ୍ଲାକୁ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ କରି ପହଞ୍ଚାଇବାର କାର୍ଯ୍ୟ କରିବେ । ଏହି ଉଦ୍ଦେଶ୍ୟରେ ଓଡ଼ିଶାର ସଂପୃକ୍ତ ଅଧିକାରୀ ଶ୍ରୀ ପ୍ରିତୀଶ ପଣ୍ଡା, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ (ମୋବାଇଲ୍ ନମ୍ବର: ୯୫୮୩୩୨୧୯୬୪ )ଙ୍କ ସହ ନିରନ୍ତର ସମ୍ପର୍କରେ ରହିବେ ଏବଂ ସମୟ ସମୟରେ ଅପର କଲେକ୍ଟର ଏବଂ ଅତିରିକ୍ତ ଜିଲ୍ଲା ଦଣ୍ଡାଧିକାରୀ, ଆଗର-ମାଲୱା (ମ.ପ୍ର.)ଙ୍କୁ ଅବଗତ କରାଇବେ ବୋଲି ମଧ୍ୟପ୍ରଦେଶ ଅଗର ମାଲଓ୍ୱା ଜିଲ୍ଲା କଲେକ୍ଟର ଙ୍କ ପକ୍ଷରୁ ପ୍ରେରିତ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିବା ଓଡିଶା ପରିବାର ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀଯୁକ୍ତ ପଣ୍ଡା ସୂଚନା ଦେଇଛନ୍ତି ।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ