ମନ କି ବାତରେ ବ୍ରହ୍ମପୁର ପୁଅ ହର୍ଷବର୍ଦ୍ଧନ ସାହୁ

ବ୍ରହ୍ମପୁର: ମନ କି ବାତରେ ଓଡ଼ିଆ ପୁଅ ହର୍ଷବର୍ଦ୍ଧନ ସାହୁଙ୍କୁ ପ୍ରଶଂସାରେ ପୋତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ୟ୍ୟକ୍ରମ ‘ମନ କି ବାତ’ରେ ବ୍ରହ୍ମପୁରର ଯୁବ ଭାରତ୍ତୋଳକ ହର୍ଷବର୍ଦ୍ଧନ ସାହୁଙ୍କ ନାମ ନେବା ସହିତ ତାଙ୍କ ସଫଳତାକୁ ନେଇ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ପୂରା ବ୍ରହ୍ମପୁରରେ ଅଞ୍ଚଳରେ ଖୁସିର ମାହୋଲ ।ରାଜ୍ୟ ତଥା ଦେଶରେ ଭାରତ୍ତୋଳନ କ୍ରୀଡାରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ବ୍ରହ୍ମପୁର ସହର ପାଇଁ ଆଜି ପୁଣି ଏକ ଗର୍ବ ଓ ଗୌରବ ଆଣିଛନ୍ତି ବ୍ରହ୍ମପୁର ସହରର ଶାନ୍ତି ନଗରର ହର୍ଷବର୍ଦ୍ଧନ ସାହୁ । ମୋଦିଙ୍କ ମନ କି ବାତ କାର୍ୟ୍ୟକ୍ରମରେ ଆଜି ଭାରତ୍ତୋଳନ କରୁଥିବା ହର୍ଷବର୍ଦ୍ଧନଙ୍କ ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ୍ତୋଳନ ଭଳି କ୍ରୀଡାରେ ପ୍ରଥମେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଭାଗ ନେଇ ପରେ ରାଜ୍ୟ ଏବଂ ବର୍ତ୍ତମାନ ବିହାରର ଚାଲିଥିବା ଖେଲୋ ଇଣ୍ଡିଆରେ ୪୯ କେଜି ବର୍ଗରେ ହର୍ଷବର୍ଦ୍ଧନ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହ ପୂର୍ବରୁ ଏହି କ୍ରୀଡାର ୪୯ କେଜି ବର୍ଗରେ ରହିଥିବା ପୂର୍ବର ଝାଡ଼ଖଣ୍ଡର ଜଣେ ପ୍ରତିଯୋଗୀଙ୍କ ୨୦୨ ରାଙ୍କକୁ କାଟି ଯୁବ ଭାରତ୍ତୋଳକ ହର୍ଷବର୍ଦ୍ଧନ ୨୦୩ ରାଙ୍କ ରଖି ନୂତନ ରେକର୍ଡ କରିଛନ୍ତି ।ମନ କି ବାତ କାର୍ୟ୍ୟକ୍ରମରେ ହର୍ଷବର୍ଦ୍ଧନ ନାମ ନିଆଯିବା ପରେ ବ୍ରହ୍ମପୁରର ଯୁବ ଭାରତ୍ତୋଳକ ହର୍ଷବର୍ଦ୍ଧନ ସାହୁ କହିଛନ୍ତି, ‘ମୁଁ ପ୍ରଥମେ ସହରର ଶଙ୍କର ଫିଜିକାଲ କ୍ଲବରେ ଏହାକୁ ଆରମ୍ଭ କରିଥିବା ବେଳେ କୋଚ ଜିତେନ୍ଦ୍ର କୁମାର ସାହୁଙ୍କ ଠାରୁ ଏହି ତାଲିମ ନେଇଥିଲି । ପ୍ରଥମେ ଯେତେବେଳେ ଜାତୀୟ ସ୍ତରୀୟ କ୍ରୀଡାରେ ଭାଗ ନେଇଥିଲେ ସେତେବେଳେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଅରୁଣାଚଳ ପ୍ରଦେଶରେ ହୋଇଥିବା ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲି ।’

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ