ମମତାଙ୍କୁ ଚିଠି ଲେଖିଲେ ମୋହନ

ଭୁବନେଶ୍ଵର: ଦୀଘାକୁ ‘ଜଗନ୍ନାଥ ଧାମ’ ନାମକରଣ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗରେ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଓଡ଼ିଶାରେ ନେତାଙ୍କଠୁ ନେଇ ସାଧାରଣ ଜନତା ଖୁବ୍ ସମାଲୋଚନା କରିଛନ୍ତି। ଏପରିକି ମମତାଙ୍କୁ ପୁରୀରେ ପାଦ ରଖିବାକୁ ଦେବୁ ନାହିଁ ବୋଲି ମଧ୍ୟ ପୁରୀରୁ ଉଠିଛି ତୀବ୍ର ସ୍ଵର। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଦୀଘାରେ ନୂତନ ଭାବରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ “ଜଗନ୍ନାଥ ଧାମ” ନାମକରଣ କରାଯିବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାରି ଧାମରୁ ଶ୍ରେଷ୍ଠ ଧାମ ହେଉଛି ପୁରୀ। ଦୀଘାକୁ ଜଗନ୍ନାଥ ଧାମ କୁହା ନ ଯାଉ। ପୁରୀ ଧାମ ସହ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ। ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ଅଟେ ପୁରୀ। ଦୀଘାକୁ ଜଗନ୍ନାଥ ଧାମ କହି ଶ୍ରଦ୍ଧାଳୁଙ୍କୁ ବିଭ୍ରାନ୍ତ କରାନଯାଉ। ଦୀଘାରେ ଧାମ ଶବ୍ଦର ବ୍ୟବହାର ନ ହେଉ। ଆନ୍ତଃରାଜ୍ୟ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖାଯାଉ। “ଶ୍ରୀ ଜଗନ୍ନାଥ ଧାମ” ଶବ୍ଦଟି ଗଭୀର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ, ଯାହା ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଗୋଟିଏ – ପୁରୀ, ଓଡିଶା ସହିତ ଅନନ୍ୟ ଭାବରେ ଜଡିତ। ପୁରୀର ସ୍ୱତନ୍ତ୍ର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ଆଘାତ ନ ଦେବା ପାଇଁ ଦୀଘା ମନ୍ଦିର ପାଇଁ ଏହି ପବିତ୍ର ନାମ ବ୍ୟବହାର ଉପରେ ପୁନର୍ବିଚାର କରିବାକୁ ପଶ୍ଚିମବଙ୍ଗକୁ ଅନୁରୋଧ କରୁଛି ବୋଲି ଏକ୍ସରେ ଲେଖିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ଧାମ ଲେଖାକୁ ନେଇ ନେତାଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ଜଗନ୍ନାଥ ପ୍ରେମୀ ସମସ୍ତେ ବିରୋଧ କରିଥିଲେ। ପ୍ରତିବାଦର ସ୍ବର ଉଠିଲା।ହେଲେ ଏତେ ବିବାଦ ପରେ ବି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ଜିଦଖୋର୍ ମନୋଭାବରୁ ହଟିନାହାନ୍ତି। ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରେ ରାତା ରାତି ପଶ୍ଚିମବଙ୍ଗ ପ୍ରଶାସନ ଜଗନ୍ନାଥ ଧାମ ଲେଖାଥିବା ଅସ୍ଥାୟୀ ହୋର୍ଡିଂ ହଟାଇ ସ୍ଥାୟୀ ହୋର୍ଡିଂ ଲଗାଇଛନ୍ତି। ଏବେ ମମତାଙ୍କ ଏପରି କାର୍ୟ୍ୟ ପୁଣି ବିବାଦକୁ ବଢ଼ାଇଛି।

  • Related Posts

    ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ

    ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ। ସରକାର ମୁଖ୍ୟ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ନେତୃତ୍ବ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ପାରିତ ହୋଇଛି। ଆଜିଠୁ ସାରା ଦେଶରେ ସେବା…

    Continue reading
    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ