ମରଣାନ୍ତକ ଆକ୍ରମଣରେ ଯୁବକ ମୃତ, ରାସ୍ତାରୋକ

ଦେବଗଡ଼:ପୌରାଞ୍ଚଳର ରଜାମୁଣ୍ଡା ସାହିର ଜଣେ ଯୁବକକୁ ‌ସଂଘବଦ୍ଧ ଭାବେ ମାରଣାନ୍ତକ ଆକ୍ରମଣ ହୋଇଥିଲା। ତେବେ ଯୁବକର ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୂ ଘଟିଥିଲା। ମୃତକ ହେଲେ ପୌରାଞ୍ଚଳର ରଜାମୁଣ୍ଡା ସାହିର ରଜାମୁଣ୍ଡାର ଯୁଧିଷ୍ଠିର ନାଏକଙ୍କ ପୁଅ ହାଡୁ ନାଏକ(୪୨)।ଆଜି ସକାଳେ ଦେବଗଡରେ ମୃତ ‌ଦେହ ପଂଚିବା ପରେ ସାହି ବାସିନ୍ଦା ପୁରୁଣା ଜାତୀୟ ରାଜପଥରେ ଆକ୍ରମଣକାରୀମାନଙ୍କୁ ଗିରଫ କରିବା ସହ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ସୂଚନାପାଇ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ତହସିଲଦାର କର୍ଣ୍ଣ ମଲ୍ଲିକ,ପୌର ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥି, ଦେବଗଡ ଥାନା ଆଇଆଇସି ସବ୍ୟସାଚୀ ଶତପଥି,କାଉନସିଲର ଇତିଶ୍ରୀ ମିଶ୍ର ଘଟଣାସ୍ଥଳରେ ପଂହଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠି ଓ ପ‌ୌର କାର୍ଯ୍ୟାଳୟ ପକ୍ଷରୁ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା‌ରୋକ ପ୍ରତ୍ୟାହୃତ ହୋଇଥିଲା। ଅଭିଯୋଗ ଅନୁଯାୟୀ,ରଜାମୁଣ୍ଡା ସଦାହି ସ୍ଥିତ କଲ୍ୟାଣ ମଣ୍ଡପରେ ଗତ ୨୦ ତାରିଖ ଦିନ ରାତି‌ରେ କିଛି ଯୁବକ ହାଡୁକୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ସେ ଗୁରୁତର ଆହତ ହୋଇଥିବା ବେଳେ ପରିବାର ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।କିନ୍ତୁ ଅବସ୍ଥାସଂଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ହାଡୁର ମୃତ୍ୟୁ ଘଟିଥିଲା। ଆଜି ମୃତ ଦେହ ପଂହଚିବା ପରେ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ଯୁବକଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ଦାବି କରି ରାସ୍ତାରୋକ କରିଥିଲେ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ