ମର୍ମନ୍ତୁତ ବାଇକ ଦୁର୍ଘଟଣା:ଦୁଇଣ ଯୁବକ ମୃତ

ଫିରିଙ୍ଗିଆ :ଫିରିଙ୍ଗିଆ ଥାନା ସାଡିଙ୍ଗିଆ ବିଏସଏଫ କ୍ୟାମ୍ପ ନିକଟରେ ଏକ ମର୍ମନ୍ତୁତ ବାଇକ ଦୁର୍ଘଟଣା ଘଟିଛି। ଫଳରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି ଓ ମୃତକ ମାନେ ହେଲ ସାଡିଙ୍ଗିଆର ବାଦେସନ କହଁର ଏବଂ ବାଲିଗୁଡା ଥାନା ବାଟାଗୁଡା ପଂଚାୟତ ପୁସାଙ୍ଗିଆର ଶଶିକାନ୍ତ ପ୍ରଧାନ ଓ ସୂଚନା ଅନୁସାରେ, ମୃତକ ଶଶିକାନ୍ତ ଦୁଇଦିନ ତଳେ ତାଙ୍କ ସ୍ତ୍ରୀ ଓ ପିଲା ମାନଙ୍କୁ ଧରି ଶ୍ୱଶୂରଘର ସୁମେରବନ୍ଧ ପଞ୍ଚାୟତର ବଯେଡ଼ି ଗାଁକୁ ବୁଲିବାକୁ ଆସିଥିଲେ ଓ ଶନିବାର ସନ୍ଧ୍ୟା ସମୟରେ ଦୁଇ ଶଳାଙ୍କ ସହ ଏକ ବାଇକରେ ସାଡିଙ୍ଗିଆ ବଜାରକୁ ବୁଲିବାକୁ ଯାଇ ରାତି ପ୍ରାୟ ୯ଟା ସମୟରେ ଘରକୁ ଫେରୁ ଥିଲେ ଓ କିନ୍ତୁ ବିଏସଏଫ କ୍ୟାମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଚାଲି ଚାଲି ଯାଉଥିବା ବାଦସେନ କହଁରଙ୍କୁ ପଛପଟୁ ଧକ୍କା ଦେଇଥିଲେ ଓ ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ବାଇକ ପଛପଟେ ବସିଥିବା ଶଶିକାନ୍ତ ବାଇକରୁ ଛିଟିକି ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ ଓ ତାଙ୍କର ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଶଳା ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ତେବେ ମୃତ ଶଶିକାନ୍ତ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ବେଳେ ନୁଆଖାଇ ପାଇଁ ଛୁଟିରେ ଘରକୁ ଆସିଥିଲେ ଓ ତାଙ୍କର ଦୁଇଟି ଛୋଟଛୋଟ ଝିଅ ଅଛନ୍ତି ଓ ଦୁର୍ଘଟଣା ପରେ ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି। ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ପ୍ରିୟରଞ୍ଜନ ନାୟକ ମେଡିକାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି `।

  • Related Posts

    ଛାତ୍ରୀଙ୍କୁ ନିର୍ୟାତନା: ପଦରୁ ହଟିଲେ ଓଡ଼ିଆ ବିଭାଗ ଏଚ୍‌ଓଡି

    ବାଲେଶ୍ୱର: ଜଣେ ଛାତ୍ରୀଙ୍କୁ ନିର୍ୟାତନା ଦେବା ଅଭିଯୋଗରେ ଫକୀର ମୋହନ ସ୍ୱୟଂଶାସିତ କଲେଜର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।ଏହି ମାମଲାକୁ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ…

    Continue reading
    ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

    ରାସଗୋବିନ୍ଦପୁର: ଦୁଇ ଦିନ ତଳେ ସକାଳେ ପଖାଳ ଭାତ ଓ ଆଳୁ ଚଟଣୀ ଖାଇବା ପରେ ଝାଡ଼ାବାନ୍ତି ହେବାରୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲର ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ