
କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ା ଜିଲ୍ଲାର ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ପରେ ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏହା ପରେ ଘଟିଥିବା ଘଟଣା ଓ ଏହା ସହ ଜଡ଼ିତ ଥାନାରେ ରୁଜୁ ୩ଟି ମାମଲାରେ ଏନଏଚଆରସିଙ୍କ ଟିମ୍ ନିଜର ତଦନ୍ତ କରିବେ ବୋଲି ଜଣାପଡ଼ିଥିଲା ।
ଇତି ମଧ୍ୟରେ ମହାକାଳପଡ଼ା ଥାନା କ୍ୟାମ୍ପସ୍ରେ NHRCର ୩ ଜଣିଆ ଟିମ୍ ପହଞ୍ଚିଛନ୍ତି । ସେଠାରେ NHRC ଟିମ ମହାକାଳପଡ଼ା ପୁଲିସ, ବିଡିଓ ଏବଂ ବ୍ଲକ୍ କର୍ମଚାରୀଙ୍କୁ ପଚରାଉଚରା କରୁଥିବାର ସୂଚନା ମିଳିଛି ।
ତିଖିରୀ ସରପଞ୍ଚ ଚାମେଲି ଓଝା ବିବାଦକୁ ନେଇ ଦିଲ୍ଲୀସ୍ଥିତ ଜାତୀୟ ମାନବାଧିକାର କମିସନ ନିକଟରେ ଅଭିଯୋଗ ହୋଇଥିଲା ।








