
ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହାର ମାମଲାର ଶୁଣାଣି ଆଜି ଟ୍ରିବୁ୍ୟନାଲରେ ହେବାକୁ ଥିବାବେଳେ ତାହା ଏବେ ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଛି । ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକସ୍ତରରେ ଆଲୋଚନା ଆଗକୁ ବଢ଼ିଛି । ସମାଧାନ ପାଇଁ ଉଭୟ ପକ୍ଷ ରାଜି ଥିବା ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଟ୍ରିବୁନାଲକୁ ଅଗବତ କରିଛନ୍ତି ।

