ମହାଳୟାରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର: ଆଜି ପବିତ୍ର ମହାଳୟା । ଏହି ଅବସରରେ ମା’ ସମଲେଶ୍ୱରୀ ଦୁର୍ଲ୍ଲଭ ଧବଳମୁଖୀ ବେଶ ବା ଗଙ୍ଗାବେଶ ଧାରଣ କରିଛନ୍ତି । ଦେବୀଙ୍କ ଦିବ୍ୟରୂପ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତ ମାନେ ଧାଡ଼ିରେ ଆସି ଦର୍ଶନ କରୁଛନ୍ତି। ବର୍ଷତମାମ ମା’ ସିନ୍ଦୁର ଚର୍ଚ୍ଚିତା ହୋଇ ଦର୍ଶନ ଦେଉଥିବାବେଳେ ମହାଳୟାରେ ଚନ୍ଦନ ଚର୍ଚ୍ଚିତା ହୋଇ ଶୁଭ୍ର ବେଶରେ ଦର୍ଶନ ଦେଉଛନ୍ତି । ମହାଳୟାରେ ପିତୃ ତର୍ପଣ ପରେ ଏହି ବେଶରେ ଦର୍ଶନ କଲେ ଗଙ୍ଗା ଦର୍ଶନର ପୂଣ୍ୟ ମିଳୁଥିବା ବିଶ୍ୱାସ ରହିଛି । ଏହି ପରିପ୍ରେକ୍ଷୀରେ ଶନିବାର ବିଳମ୍ବିତ ରାତିରୁ ପୂଜକମାନେ ମା’ଙ୍କ ବିଗ୍ରହରୁ ସିନ୍ଦୂର ଛଡ଼ାଇବା ପରେ ସ୍ନାନ କରାଇଥିଲେ । ପରେ ଚନ୍ଦନରେ ଆଚ୍ଛାଦିତ କରି ଧବଳମୁଖୀ ବେଶରେ ମା’ଙ୍କୁ ସଜ୍ଜିତ କରାଯାଇଛି । ଶ୍ୱେତବସ୍ତ୍ର, ଶ୍ୱେତପୁଷ୍ପରେ ବିମଣ୍ଡିତା ମା’ ଶାନ୍ତ, ସୌମ୍ୟ, କମନୀୟ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅପରପକ୍ଷେ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି ହୋଇଛି । ରବିବାର, ସୋମବାର ଏବଂ ମଙ୍ଗଳବାର ଭୋର ସାଢ଼େ ୪ଟାରୁ ମଙ୍ଗଳ ଆଳତି । ସକାଳ ୫ଟାରେ ପ୍ରାତଃ ଦର୍ଶନ । ଅନ୍ନଭୋଗ ନିମନ୍ତେ ପୂର୍ବାହ୍ନ ୧୧ଟା ୪୫ରୁ ୧୨ଟା ୩୦ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସେହିଭଳି ସନ୍ଧ୍ୟା ମହାଆଳତି ପାଇଁ ସନ୍ଧ୍ୟା ୭ଟା୪୫ରୁ ରାତି ସାଢ଼େ ୮ଟା ଯାଏଁ ଦର୍ଶନ ବନ୍ଦ ରହିବ । ରାତି ସାଢ଼େ ୧୦ଟାରେ ପହୁଡ଼ ପଡ଼ିବ । ପୂର୍ବଥର ଭଳି ଏଥର ମଧ୍ୟ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିଛି । ଟ୍ରଷ୍ଟ ବୋର୍ଡ ପକ୍ଷରୁ ଧାର୍ୟ୍ୟ ପାଉଣା ଦେଇ ହାତୀ ଦ୍ୱାର ପାଖରେ ସ୍ୱତନ୍ତ୍ର ଦର୍ଶନ ଚାଲିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମା’ ଅଢ଼େଇ ଦିନ ଧରି ଧବଳମୁଖୀ ବେଶରେ ଦର୍ଶନ ଦେବେ । ଶ୍ରଦ୍ଧାଳୁ ନଡ଼ିଆ ଭୋଗ ନେଇ ମନ୍ଦିରକୁ ଯାଇ ପାରିବେ । କିନ୍ତୁ ମା’ଙ୍କ ପ୍ରସାଦ ମିଳିବନି । ପ୍ରସାଦ ପାଇଁ ଅନ୍ୟତ୍ର ବ୍ୟବସ୍ଥା କରାଯିବ । ଏସ୍‌ପିଙ୍କ ନେତୃତ୍ୱରେ ୨ ଅତିରିକ୍ତ ଏସପି, ୨ ଡିଏସ୍‌ପି, ୬ ଆଇଆଇସି, ୩୦ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଏହାସହ ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଏଏସ୍‌ପି ଶଶାଙ୍କ ବେଉରା ସୂଚନା ଦେଇଛନ୍ତି ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ