ମହିଳାମାନେ ପସନ୍ଦ କରୁଥିବା ପୁରୁଷ

ଜୀବନକୁ ସରସ ସୁନ୍ଦର କରିବା ଲାଗି ଅନେକ ଉପାୟ ରହିଛି । ପ୍ରତିଟି ବ୍ୟକ୍ତିର ଜୀବନରେ ଜୀବନସାଥୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିଲାଗି ସେ ମହିଳା ହେଉ ଅବା ପୁରୁଷ, ସମସ୍ତେ ନିଜ ପାଇଁ ଭଲ ଜୀବନସାଥୀ ଖୋଜିବାକୁ ଚେଷ୍ଟା କରିଥାନ୍ତି । ତେବେ ମହିଳାଙ୍କୁ କିଭଳି ଜୀବନସାଥୀ ଆବଶ୍ୟକ ଓ ମହିଳା ମାନେ କେଉଁ ପ୍ରକୃତିର ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ଆସନ୍ତୁ ସେ ବିଷୟରେ ଜାଣିବା । ଯେପରିକି:

– ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା:
ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି ପୁରୁଷ ଗମ୍ଭୀର ଏବଂ ଜ୍ଞାନୀ ହୋଇଥାନ୍ତି । ଏମାନେ କାହା ସହ ଖରାପ ବ୍ୟବହାର କରି ନ ଥାନ୍ତି । ମହିଳାମାନଙ୍କୁ ବହୁତ ସମ୍ମାନ କରନ୍ତି । ଏଥିସହ ନିଜର କଥାରେ ସମସ୍ତଙ୍କ ମନ କିଣିନେଇଥାନ୍ତି ।

– ବ୍ୟକ୍ତିତ୍ୱର ଗୁରୁତ୍ୱ:
ମହିଳା ଏବଂ ପୁରୁଷ ଚାହାନ୍ତି ସେମାନଙ୍କ ଜୀବନସାଥୀ ଦେଖିବାକୁ ସୁନ୍ଦର ହୋଇଥାନ୍ତୁ । ହେଲେ ମହିଳାଙ୍କ ଲାଗି ସାଥୀର ସୁନ୍ଦରତାରୁ ଅଧିକ ତାଙ୍କ ବ୍ୟକ୍ତିତ୍ୱର ଗୁରୁତ୍ୱ ରହିଛି । ପୁରୁଷଟିଏ ଯଦି ଗର୍ବୀ ହୋଇଥାଏ ନଚେତ ଲୋଭୀ, ଧ୍ରୁତ ତେବେ ମହିଳାମାନେ ତାଙ୍କଠାରୁ ଦୂରରେ ରୁହନ୍ତି । ଯେଉଁ ପୁରୁଷ ସଚ୍ଚୋଟ ଏବଂ ପରିଶ୍ରମୀ ହୋଇଥାନ୍ତି ସେମାନଙ୍କୁ ମହିଳାମାନେ ପସନ୍ଦ କରିଥାନ୍ତି । ଏଭଳି ଲୋକ ସମସ୍ତ କଷ୍ଟର ସମ୍ମୁଖୀନ ହୋଇପାରନ୍ତି ।

– ଶ୍ରୋତା ସ୍ୱଭାବର ପୁରୁଷ:
ପ୍ରତିଟି ମହିଳା ଚାହେଁ ତାର ଜୀବନସାଥୀ ତାର ପ୍ରତିଟି କଥା ଶୁଣନ୍ତୁ । ତାକୁ ବୁଝନ୍ତୁ । ମହିଳାମାନେ ଜୀବନସାଥୀଙ୍କ ଦୁଖକଷ୍ଟ ବାଣ୍ଟିବାରେ ନିଜର ଖୁସି ପାଇଥାନ୍ତି । ଏମିତିରେ ଯଦି ପୁରୁଷଟିଏ କେବଳ ନିଜ କଥା ଚିନ୍ତା କରେ ତେବେ ମହିଳାମାନେ ତାଙ୍କଠାରୁ ଦୂରେଇ ଯାଆନ୍ତି ।

  • Related Posts

    ଆପଣ ଜାଣନ୍ତି କି? ସେକ୍ସ କ୍ଷମତା ବଢ଼ାଇଥାଏ ନିରାମିଷ ଭୋଜନ

    ସାଧାରଣତଃ ଆମର ଧାରଣା ଥାଏ ଯେ ଆମିଷ ଖାଦ୍ୟ ସେକ୍ସ ଇଚ୍ଛା ବଢ଼ାଇଥାଏ । ହେଲେ ଏବେ ଜଣେ ସାମ୍ବାଦିକ ତାଙ୍କର ଗବେଷଣାତ୍ମକ ତଥ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ପଢ଼ିଲେ ଆପଣ ଜାଣିପାରିବେ ଯେ ଆମିଷ ଖାଦ୍ୟ…

    Continue reading
    ୭ଦିନରେ ଚମକିବ ତ୍ୱଚା, ଖାଆନ୍ତୁ ଏହି ୫ଟି ଖାଦ୍ୟ

    ଆପଣଙ୍କ ତ୍ୱଚା ଶୁଖିଲା ଏବଂ ଭାଙ୍ଗ ପଡିବାରୁ ଅଧିକ ବୟସ୍କ ଲାଗୁଛନ୍ତି କି? ଡାକ୍ତରଙ୍କ ପରାମର୍ଶ ନେଇ ଅନେକ ଗୁଡିଏ କସମେଟିକ ପ୍ରଡକ୍ଟ ବ୍ୟବହାର କରି ମଧ୍ୟ ସୁଫଳ ମିଳିନାହିଁ କି? ଯଦି ହଁ ତେବେ ଏଥିପାଇଁ କିଛି ପ୍ରାକୃତିକ ଭିଟାମିନ୍‍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ