ମହିଳା ଆୟୋଗ ଦ୍ୱାରା ଜନଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର: ମହିଳାଙ୍କ ବିରୁଦ୍ଧରେ ଘରୋଇ ହିଂସା, ନିର୍ଯାତନା, ଯୌତୁକ, ସମ୍ପତ୍ତି ବିବାଦ, କାର୍ଯ୍ୟାଳୟରେ ନିର୍ଯାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲ୍ଲଂଘନ ଏବଂ ମହିଳା କଲ୍ୟାଣ, ଇତ୍ୟାଦି ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଉପସ୍ଥାପନା ଓ ଶୁଣାଣି ପାଇଁ ମହିଳାମାନଙ୍କୁ ଏକ ନିଶୁଳ୍କ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟରେ ଜାତୀୟ ମହିଳା ଆୟୋଗ ଏବଂ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ସହଯୋଗରେ ଏକ ଜନ ଶୁଣାଣି (ଜନ ଶୁଣାଣି) କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ଭୁବନେଶ୍ୱର ଲକ୍ଷ୍ମୀ ସାଗର ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳର ସମୁଦାୟ ୮୬ ମାମଲାରେ ପକ୍ଷ ମାନଙ୍କୁ ନୋଟିସ୍ ଜାରି ହୋଇଥିବା ବେଳେ, ସେଥୁ ମଧ୍ୟରୁ ମୋଟ ୪୫ ମାମଲାରେ ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ଅଭିଯୋଗର ଶୁଣାଣି ହୋଇ ଅଭିଯୋଗ ଗୁଡିକର ଆଶୁ ସମାଧାନ ପାଇଁ ବ୍ୟବସ୍ଥାମାନ ଗ୍ରହଣ କରାଯାଇଥିଲା । ପୂର୍ବରୁ ବିଭିନ୍ନ ସମୟରେ ୧୫୦ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାର ପୋଲିସ କର୍ତ୍ତୃପକ୍ଷ, ଜିଲ୍ଲା ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଇତ୍ୟାଦି କର୍ତ୍ତୃପକ୍ଷଙ୍କୁ ଉକ୍ତ ମାମଲା ଗୁଡିକର ତଦନ୍ତ କରି ରିପୋର୍ଟ ଦାଖଲ ସହ ଆଇନ ସେବା ଯୋଗାଇ ଦେବାକୁ ଆୟୋଗ ତରଫରୁ ସୁପାରିଶ କରାଯାଇଥିଲା । ତେଣୁ, ଆଜିର ଉକ୍ତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ତ ମାମଲାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିଥିଲେ । ସେହିପରି, ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୬ ଗୋଟି ନୂତନ ମାମଲାର ପଞ୍ଜିକରଣ ମଧ୍ୟ ହୋଇଥିଲା ।

ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଆୟୋଗର ସମସ୍ତ ସଦସ୍ୟା ଯଥାକ୍ରମେ ଶ୍ରୀମତୀ ଉର୍ମିଳା ମହାପାତ୍ର, ଶ୍ରୀମତୀ ପ୍ରତିଭା ଶତପଥୀ, ଶ୍ରୀମତୀ ମୁକ୍ତା ସାହୁ ଏବଂ ଡକ୍ଟର କଳ୍ପନା ମାଳିକ, ପ୍ରଭୃତି ଉପସ୍ଥିତ ରହି ମାମଲା ଶୁଣାଣି ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି, ମହିଳା ଆୟୋଗର ଆବାହକ ସଚିବ ଶ୍ରୀ ବିବେକାନନ୍ଦ ସାହୁ ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମର ସୁପରିଚାଳନା ସହ ତଦାରଖ କରିଥିଲେ । ମହିଳା ଆୟୋଗର ବରିଷ୍ଠ କ୍ଷେତ୍ରାଧିକାରୀ ଶ୍ରୀମତୀ ବିଜୟିନୀ ସିଂ ଏବଂ କନିଷ୍ଠ କ୍ଷେତ୍ରାଧିକାରୀ ଶ୍ରୀମତୀ ସଞ୍ଜିତ ଦାଶ, ଦୁଇଜଣ କାଉନସେଲର ଶ୍ରୀମତୀ ବନ୍ଦନା ମହାନ୍ତି, ଶ୍ରୀମତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଶ୍ରୀ ଅରବିନ୍ଦ ପଟ୍ଟନାୟକ, ଶ୍ରୀ ତ୍ରିଲୋଚନ ନାୟକ, ଶ୍ରୀ ଚିତ୍ତରଞ୍ଜନ ସାହୁ, ଶ୍ରୀ ବିଶ୍ଵନାଥ ବିଶ୍ଵାଳ ପ୍ରଭୃତି ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶ୍ରୀମତୀ ଦିପ୍ତିମୟୀ ପଣ୍ଡା ଏବଂ ଶ୍ରୀ ନବୀନ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ପୋଲିସ ମାନବ ଅଧିକାର ସୁରକ୍ଷା ସେଲର ଶ୍ରୀମତୀ ସସ୍ମିତା ରଣା, ସଖୀ – ୱାନ ଷ୍ଟପ୍ କେନ୍ଦ୍ରର ଶ୍ରୀମାନ୍ତି ମହାପାତ୍ର ଏବଂ ଲିଜାରାଣୀ ଦସ ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ