ମାଓଗଡରେ ଦେଖାଗଲାଣି ଖାଦ୍ୟ ଅଭାବ

ମାଲକାନଗିରି: ମାଓଗଡରେ ଦେଖାଗଲାଣି ଖାଦ୍ୟ ଅଭାବ । ଆଗ ପରି ସେମାନେ ନିଜ ପାଇଁ ଆଉ ପର୍ୟ୍ୟାପ୍ତ ଖାଦ୍ୟ ଯୋଗାଡ କରିପାରୁନାହାନ୍ତି । ଜଙ୍ଗଲକୁ ସୁରକ୍ଷାବାହିନୀ ଘେରି ରହିଥିବାରୁ ଖାଦ୍ୟ ସଂଗ୍ରହରେ ମାଓବାଦୀ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଗାଁ ଲୋକ ବି ପୂର୍ବଭଳି ସମର୍ଥନ ଦେଉନଥିବା ଦେଖିବାକୁ ମିଳୁଛି । ଯାହା ମାଓ ସଂଗଠନକୁ ଦୁର୍ବଳ କରିବାର ପ୍ରମୁଖ କାରଣ ବୋଲି କୁହାଯାଉଛି । ମାଓବାଦୀଙ୍କୁ ଏକଜୁଟ ହୋଇ ଖାଦ୍ୟ ଯୋଗାଡ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ଶୀର୍ଷ ନେତା । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ସେଣ୍ଟ୍ରାଲ କମିଟି ସଦସ୍ୟ ଉଦୟର ମୃତ୍ୟୁ କେବଳ ଖାଦ୍ୟ ଅଭାବ ଯୋଗୁ ହୋଇଛନ୍ତି । ଖାଦ୍ୟ ଯୋଗାଡ କରିବାକୁ ଯାଇ ଉଦୟ,ଅରୁଣା ଓ ଗନମ୍ୟାନ ସଂଜୁ ପୋଲିସ ଗୁଳିରେ ନିହତ ହୋଇଥିଲେ । ଏ ଖବର ଯଦି ସତ ହୋଇଥାଏ ବେଶ ଚିନ୍ତାଜନକ । ବର୍ଷା ଆରମ୍ଭ ହେବା ପରେ ଖାଦ୍ୟ ସନ୍ଧାନରେ ମାଓବାଦୀ ସଂଗଠନ ରହିଛି । ଏହାର ସୁଯୋଗ ନେଇ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଏନକାଉଣ୍ଟର କରୁଛି ପୋଲିସ । ଅପରେସନ ମନସୁନ୍‌ରେ ସଫଳ ହୋଇଛନ୍ତି ପୋଲିସ ଓ ମାଓବାଦୀ । ସ୍ଥାନୀୟ ଲୋକେ ଯେମିତି ମାଓବାଦୀଙ୍କୁ ଖାଦ୍ୟ ନ ଯୋଗାନ୍ତି ସେ ସଂପର୍କରେ ସଚେତନ କରାଯାଉଛି । ଭୋକଉପାସରେ ଆଉ କେତେଦିନ ବା ପଡିରହିବେ ବାଧ୍ୟ ହୋଇ ବହୁ ମାଓବାଦୀ ସଂଗଠନ ଛାଡୁଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ମୂଳପୋଛ ପାଇଁ ସରକାର ଟାର୍ଗେଟ ରଖିଥିବାବେଳେ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

  • Garvita Odia

    Related Posts

    ବାଇପାସ ରୋଡ ନେଟୱର୍କ : ବିକାଶର ନୂଆ ଅଧ୍ୟାୟ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ନିର୍ମାଣ ବିଭାଗ ଭିଜନ ୨୦୩୬କୁ ଆଖିଆଗରେ ରଖି ସାରା ଓଡିଶାକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା ଲାଗି ବିଭିନ୍ନ କାର୍ୟ୍ୟକ୍ରମ ମାନ ଗ୍ରହଣ କରୁଛନ୍ତି । ରାଜ୍ୟକୁ ପ୍ରଗତି ପଥରେ ଆଗେଇ…

    ନାଗ ସାପକୁ ଚୋବାଇ ଖାଇଲେ ମଦ୍ୟପ

    ବଲାଙ୍ଗୀର: ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଅଜବ କାଣ୍ଡ କରିଛନ୍ତି। ମଦ୍ୟପଜଣଙ୍କ ଜୀଅନ୍ତା ନାଗ ସାପକୁ ଖାଇ ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ