ମାତ୍ର ଗୋଟିଏ ଭୋଟ୍ କାହାକୁ ବିଜେତା ଆଉ କାହାକୁ ପରାଜିତ କରିବା ପାଇଁ ଯଥେଷ୍ଟ । ମାତ୍ର ଗୋଟିଏ ଭୋଟ୍ରେ ଯେ, ପ୍ରାର୍ଥୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ ତାହା ପୁଣିଥରେ ପ୍ରମାଣିତ ହେଲା । ଆପଣ ତାମିଲନାଡୁର ତିରୁପାଥୁର ବିଧାନସଭା ଅସନରେ ଲଢ଼ୁଥିବା ଟିଭିକେ ପ୍ରାର୍ଥୀ ଶ୍ରୀନିବାସ ସେତୁପଥି ଆର.ଙ୍କୁ ଭାଗ୍ୟବାନ୍ ଆଉ ଡିଏମ୍କେର ପୂର୍ବତନ ମନ୍ତ୍ରୀ କେ.ଆର. ପେରିୟାରକରୁପନ୍ଙ୍କୁ ଅଭାଗା ବି କହିପାରନ୍ତି । ମାତ୍ର ଗୋଟିଏ ଭୋଟ୍ ବ୍ୟବଧାନରେ ଏହି ଦୁଇପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ସେତୁପତି ୮୩,୩୭୫ ଭୋଟ ପାଇଥିବାବଳେ ପେରିୟାରକରୁପନ୍ଙ୍କୁ ୮୩,୩୭୪ ଖଣ୍ଡ ଭୋଟ୍ ମିଳିଛି ଆଉ ମାତ୍ର ଗୋଟିଏ ଭୋଟ୍ରେ ଟିଭିକେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ଯାହାକି ତାମିଲନାଡୁରେ ଚର୍ଚ୍ଚା ସୃଷ୍ଟି କରିଛି ।
୨୪ ଘଣ୍ଟାରେ ଦୁଇ ଥର ରାଜ୍ୟପାଳଙ୍କୁ ଭେଟିଲେଣି ବିଜୟ
ରୋଚକ ମୋଡରେ ତାମିଲନାଡୁ ରାଜନୀତି। ସଂଖ୍ୟା ଖେଳକୁ ନେଇ ବଢୁଛି ସସପେନ୍ସ। ଆଜି ‘ବିଜୟ’ଙ୍କ ଶପଥ ସମାରୋହ ନହେବା ସମ୍ଭାବନା। ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ବିଜୟ। ଲୋକଭବନରେ ପହଞ୍ଚିଛନ୍ତି ଟିଭିକେ ମୁଖ୍ୟ ବିଜୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳଙ୍କ ସହ…


