ତାମିଲନାଡୁର ଗୋଟିଏ ପରିବାର ୩ ସଦସ୍ୟ ୩ଟି ଅଲଗା ଦଳରୁ ଜିତିଲେ ନିର୍ବାଚନ । ଭାରତରେ ଲଟେରୀ କିଙ୍ଗ ଭାବେ ଜଣାଶୁଣା ସାଂଟିଆଗୋ ମାର୍ଟିନ୍ଙ୍କ ସ୍ତ୍ରୀ ଲିମାରୋଜ ମାର୍ଟିନ୍ ଓ ଜ୍ୱାଇଁ ଆଧବ ଅର୍ଜ୍ଜୁନ ରେଡ୍ଡୀ ତାମିଲନାଡୁରେ ଜିତି ଥିବାବେଳେ ପୁଡୁଚେରୀରେ ନିଜ ଦଳ ଗଢ଼ି ସେଠି ପ୍ରଥମ ନିର୍ବାଚନ ଲଢ଼ି ଜିତିଛନ୍ତି ମାର୍ଟିନଙ୍କ ପୁଅ ଜୋସ୍ ଚାର୍ଲସ ମାର୍ଟିନ୍ । ବିଜୟଙ୍କ ଟିଭିକେର ନିର୍ବାଚନ ଶାଖାର ସାଧାରଣ ସମ୍ପାଦକ ଭାବେ ଆଧବ ରେଡ୍ଡୀ କାମ କରୁଛନ୍ତି । ସେ ଭିଲିଭକମ୍ ଆସନରୁ ଜିତି ଥିବାବେଳେ ମାର୍ଟିନଙ୍କ ସ୍ତ୍ରୀ ଲିମା ରୋଜ୍ ମାର୍ଟିନ୍, ଏଆଇଡିଏମ୍କେ ପକ୍ଷରୁ ଲାଲଗୁଡି ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି । ଗତବର୍ଷ ଡିସେମ୍ବର ମାସରେ କାମରାଜ ମାର୍ଟିନ୍ଙ୍କ ପୁଅ ଜୋଶ୍ ଚାଲ୍ର୍ସ ମାର୍ଟିନ୍ ପୁଡୁଚେରୀର ଏଲଜେକେ ଦଳ ଗଢ଼ିଥିଲେ । ଏହି ଦଳ ଏନ୍ଡିଏ ସହଭାଗୀ ଦଳ ଭାବେ ପୁଡୁଚେରୀରେ ୨ଟି ଆସନରେ ପ୍ରାର୍ଥୀ ଦେଇଥିଲା । ନିଜେ କାମରାଜନଗର ନିର୍ବାଚନ ମଣ୍ଡଳୀରେ ଲଢ଼ି ଜୋଶ୍ ମାର୍ଟିନ୍ ବିଜୟୀ ହୋଇଛନ୍ତି ।
ଥାଲାପତିଙ୍କ ପାଇଁ ଓମାନ୍ରୁ ଆସି ଭୋଟ୍ ଦେଲେ ଫ୍ୟାନ୍
ତାମିଲନାଡୁର ତିରୁପାଥୁର ବିଧାନସଭା ଆସନରେ ଲଢ଼ୁଥିବା ଟିଭିକେ ପ୍ରାର୍ଥୀ ଶ୍ରୀନିବାସ ସେତୁପଥି ଆର.ଙ୍କୁ ଗୋଟିଏ ଭୋଟ୍ ବ୍ୟବଧାନରେ ମିଳିଛି ବିଜୟ । ତେବେ ଏହି ଖବର ପାଇବା ପରେ ଥାଲାପତି ବିଜୟଙ୍କର ଜଣେ ଫ୍ୟାନ୍ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ…
