ମାଲ୍‌ବାହୀ ଟ୍ରେନ ଲାଇନଚ୍ୟୁତ

ଟିଟିଲାଗଡ଼:ପୂର୍ବତଟ ରେଳପଥ ଅଧୀନରେ ଥିବା ଟିଟିଲାଗଡ଼ ରେଳ ଜଙ୍କସନରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନର ବଗି ଗତ ରାତ୍ରିରେ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଏ ନେଇ ସମ୍ବଲପୁର ଡିଆରଏମଙ୍କ ସମେତ ଅନେକ ଉଚ୍ଚପଦସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିl
ସୂଚନାଯୋଗ୍ୟ ଯେ ରେଳ ଗାଡ଼ି ଚାଳକ ମୋବାଇଲରେ ୟୁଟ୍ୟୁବରେ ରିଲ୍ସ, କ୍ରିକେଟ ଦେଖିବା ନେଇ ଦେଶରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାରୁ ରେଳ ବିଭାଗ ଚାଳକଙ୍କୁ ଗାଡ଼ି ଚାଳନା ସମୟରେ ଅଧିକୃତ ନମ୍ବର ସ୍ବିଚଅଫ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ଅନେକ ଗାଡ଼ି ଚାଳକ ବେଖାତିର ମନୋଭାବ ପ୍ରଦର୍ଶନ ସହ ଅଲଗା ମୋବାଇଲ ବ୍ୟବହାର କରି ମୋବାଇଲ ଫୋନରେ କଥାବାର୍ତ୍ତା ତଥା ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ରହୁଛନ୍ତି। ଏ ନେଇ ରେଳ ବିଭାଗର କିଛି ଅଧିକାରୀ ଚାଳକଙ୍କଠାରୁ ଅନୁଗ୍ରହ ନେଇ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛିl

ଯାହାଫଳରେ ରେଳ ଯାତ୍ରୀ ତଥା ଟ୍ରେନ ସୁରକ୍ଷା ପ୍ରତି ବଡ଼ ବିପଦ ରହୁଥିବା ଅଭିଯୋଗ ହେଉଛି। ସମ୍ବଲପୁର ରେଳ ବିଭାଗ ଡିଆରଏମ ନୀରବଦ୍ରଷ୍ଟା ସାଜିଥିବା ଯୋଗୁଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ଆଉ କେତେ ଟ୍ରେନ ଦୁର୍ଘଟଣାରେ ମୃତାହତ ହେଲେ ରେଳ ବିଭାଗ ଚେତିବ ବୋଲି ଯାତ୍ରୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।ଏ ନେଇ ସମ୍ବଲପୁର ଡିଆରଏମଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ