ମିଛ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି ଯୋଗାଣମନ୍ତ୍ରୀ: ବିଜେଡି

ଭୁୁବନେଶ୍ୱର: ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ମିଛ ତଥ୍ୟର ସାହାର ନେଉଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ଧାନ କ୍ରୟର ବାସ୍ତବ ଚିତ୍ରକୁ ଲୁଚାଇ ସାଧାରଣ ଚାଷୀଙ୍କୁ ଭ୍ରମିତ କରୁଛି ବିଜେପି ସରକାର ବୋଲି ବିଜେଡି ଅଭିଯୋଗ କରିଛି । କେବଳ ସେତିକି ନୁହେଁ ପଲୁ୍ୟସନ ସାର୍ଟିଫିକେଟ ଆଳରେ ଜନସାଧାରଣଙ୍କୁ ଶାରୀରିକ ଓ ମାନସିକ ନିର୍ୟାତନା ଦେଉଛନ୍ତି ରାଜ୍ୟ ସରକାର ।
ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟର ଚାଷୀମାନଙ୍କୁ ଧାନ ସଂଗ୍ରହ ବାବଦରେ ମିଛ ତଥ୍ୟ ଦେଇ ଭୂଆଁ ବୁଲାଉଛନ୍ତି । ବର୍ତ୍ତମାନ ରାଜ୍ୟରେ ୫୮ ହଜାର ୨୬୦ ଜଣ ଚାଷୀ, ୨ ଲକ୍ଷ ୬୫ ହଜାର ୯୦୬ ମେଟି୍ରକ୍ ଟନ ଧାନ ଦେଇଥିଲା ବେଳେ ଯୋଗାଣ ମନ୍ତ୍ରୀ ମିଛ ତଥ୍ୟ ଦେଇ ନିଜ ପିଠି ନିଜେ ଥାପୁଡେଇଛନ୍ତି । ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଚାଷୀ ୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବିକ୍ରୟ କରିଛନ୍ତି ଯାହା ଡାହା ମିଛ । ରାଜ୍ୟରେ ଧାନ ସଂଗ୍ରହର ବ୍ୟବସ୍ଥା ସଂପୂର୍ଣ୍ଣ ଅବ୍ୟବସ୍ଥିତ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ମୁଠେ ମଧ୍ୟ ଧାନ ଉଠି ନାହିଁ । ଏମିତିକି ବହୁ ଜିଲ୍ଲାରେ ମଣ୍ଡି ମଧ୍ୟ ଖୋଲିନି । ଏଥିରୁ ରାଜ୍ୟ ସରକାରଙ୍କର ଚାଷୀ ମାରଣା ନୀତି ସ୍ପଷ୍ଟ ବାରି ହେଉଛି । ସମସ୍ତ ଧାନ ନଉଠିଲେ ଆଗାମୀ ଦିନରେ ବିଜେଡି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ଅନ୍ୟପଟେ ରାଜ୍ୟ ସରକାର ଦେବାଳିଆ ସ୍ଥିତିରେ ପହଞ୍ଚିଛନ୍ତି ବୋଲି ଅର୍ଥ ଉପାର୍ଜନ ପାଇଁ ପଲୁ୍ୟସନ ସାର୍ଟିଫିଟେକକୁ ଏକ ମାଧ୍ୟମ କରିଛନ୍ତି ବୋଲି ଡ. ମହାନ୍ତି ଅଭିଯୋଗ କରିଛନ୍ତି । ପଲୁ୍ୟସନ ସାର୍ଟିଫିକେଟ ବିନା ପେଟ୍ରୋଲ ନମିଳିବା ଏବଂ ବକେୟା ଥିଲେ ପଲୁ୍ୟସନ ସାର୍ଟିଫିକେଟ ନମିଳିବା ସରକାରଙ୍କ ଦ୍ୱାରା ତୁରନ୍ତ ନିଦେ୍ର୍ଦଶ ହେବା ଦ୍ୱାରା ସାଧାରଣ ଜନତା ଶାରୀରିକ ଓ ମାନସିକ ଭାବେ ନାହିଁ ନଥିବା ନିର୍ୟାତନାର ଶୀକାର ହେଉଛନ୍ତି । ରାଜ୍ୟରେ ବହୁ କମ୍ ସଂଖ୍ୟକ ପଲୁ୍ୟସନ ସାର୍ଟିଫିକେଟ କେନ୍ଦ୍ର ଥିବାରୁ ସାର୍ଟିଫିକେଟ କରିବା ପାଇଁ ସାଧାରଣ ଜନତା ଭିଡ ଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଲୁ୍ୟସନ ସାର୍ଟିଫିକେଟ କରିବା ପାଇଁ ୬ମାସରୁ ଅଧିକ ସମୟସୀମା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି ।

  • Related Posts

    ବିଜେପି ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ସମସ୍ତ…

    Continue reading
    ବିଜେପିର ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ