ମିଶନ ଶକ୍ତି ପୁନର୍ଗଠନର ଦୁଇ ନିୟମ ଉପରେ ହାଇକୋର୍ଟ ଜାରିକଲେ ରହିତାଦେଶ

ଭୁବନେଶ୍ୱର : ମିଶନ ଶକ୍ତିର ରାଜନୀତିକରଣ ଓ ଶାସକ ଦଳର ସମର୍ଥକ ମହିଳାଙ୍କୁ ମିଶନ ଶକ୍ତିରେ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଲାଗିଛି ଜୋର ଝଟ୍‌କା। ଓଡ଼ିଶା ହାଇକୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ଦୁଇଟି ନିୟମ ଉପରେ ରହିତାଦେଶ ଜାରି କରିଛନ୍ତି। ଯେଉଁମାନେ ୨ ଥର ଅର୍ଥାତ୍‌ ୪ ବର୍ଷ ପାଇଁ ବିଭିନ୍ନ ପଦପଦବୀରେ କାମ କରିଛନ୍ତି, ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଉପରେ ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ଅଙ୍କୁଶ ଲଗାଇଛନ୍ତି।
ରାଜ୍ୟରେ ସରକାର ପରିବର୍ତ୍ତନ ପରେ ମିଶନ ଶକ୍ତିରେ ଶାସକ ଦଳର ସଦସ୍ୟାଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଭାବରେ ଉଦ୍ୟମ ଆରମ୍ଭ କରିଥିଲେ। ଏହିକ୍ରମରେ ଗତ ଜାନୁଆରୀ ୨୨ ତାରିଖରେ ମିଶନ ଶକ୍ତି ପୁନର୍ଗଠନ ସକାଶେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଏକ ମାର୍ଗଦର୍ଶିକା ପ୍ରେରଣ କରିଥିଲେ। ତେବେ ମାର୍ଗଦର୍ଶିକାର ଧାରା ୫.୧୦ ଏବଂ ୫.୧୧ କୁ ନେଇ ମିଶନ ଶକ୍ତି ନିର୍ବାହୀ ସଦସ୍ୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଦୁଇଥର ଅର୍ଥାତ୍‌ ୪ ବର୍ଷ ପାଇଁ ମିଶନ ଶକ୍ତିରେ ବିଭିନ୍ନ ପଦପଦବୀରେ କାର୍ୟ୍ୟ କରିଥିବା ମହିଳାଙ୍କୁ ଆଉ ସୁଯୋଗ ମିଶିବ ନାହିଁ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ଥିଲା ଓ କାର୍ୟ୍ୟନିର୍ବାହୀ କମିଟି(ଇସି)ରେ ଗୋଟିଏ ପରିବାରରୁ ମାତ୍ର ଜଣେ ସଦସ୍ୟ ସଦସ୍ୟା ହୋଇପାରିବେ ବୋଲି ନିୟମ ପ୍ରସ୍ତୁତ କରାଯାଇଥିଲା ଏପରିକି ଉକ୍ତ ସଦସ୍ୟାଙ୍କର ନିକଟ କିମ୍ବା ଦୂର ସମ୍ପର୍କୀୟ ମଧ୍ୟ ନିର୍ବାହୀ କମିଟି ସଦସ୍ୟ ହୋଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା।
ଯାହାଫଳରେ ରାଜ୍ୟରେ ଇସି ମେମ୍ବର ଭାବେ କାର୍ୟ୍ୟ କରୁଥିବା ହଜାର ହଜାର ମହିଳା ନିଜର କର୍ମସଂସ୍ଥାନ ହରାଇଥିଲେ। ସ୍ୱଳ୍ପ ଦରମାରେ ରାଜ୍ୟରେ ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚାଇବା ସହ ମହିଳାଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତୀକରଣ କ୍ଷେତ୍ରରେ ଇସି ମେମ୍ବରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ମାତ୍ର ସେମାନଙ୍କୁ ରାତି ଅଧିଆ ଛଟେଇ କରିବାକୁ ନେଇ ସେମାନେ ତାତିଥିଲେ। ଗତ ବଜେଟ ଅଧିବେଶନ ବେଳେ ସେମାନେ ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେବା ସହ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ। ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ପୁନର୍ଗଠନ ଅଳରେ କାର୍ୟ୍ୟରତ ସଭାପତି ଓ ସମ୍ପାଦକମାନଙ୍କୁ ବାହାର କରି ନିଜ ସମର୍ଥକଙ୍କୁ ବିଜେପି ଏଥିରେ ଭର୍ତ୍ତି କରିବାକୁ ଚାହୁଁଛି ବୋଲି ସିଧାସିଧା ସେମାନେ ଅଭିଯୋଗ ଆଣିଥିଲେ।
ଏପରିକି ପ୍ରମୁଖ ବିରୋଧୀ ଦଳ ବିଜେଡି ଏହାକୁ ନେଇ ବିଧାନସଭାରେ ତମ୍ବିତୋଫାନ କରିବା ସହ ତୁରନ୍ତ ଏପରି ନିୟମକୁ ବାତିଲ୍‌ କରିବାକୁ ଦାବି କରିଥିଲା। ମହିଳା ମାନଙ୍କ ଭୋଟରେ ସରକାରକୁ ଆସିଥିବା ବିଜେପି ମହିଳାମାନଙ୍କ ସହ ପ୍ରତାରଣା କରିଛନ୍ତି। ଇସି ମେମ୍ବରମାନେ ମିଶନ ଶକ୍ତିକୁ ତିଆରି କରିଛନ୍ତି। ସେମାନେ ହିଁ ମିଶନ ଶକ୍ତିର ମେରୁଦଣ୍ଡ। ସେମାନଙ୍କ ପରିଚାଳନାରେ ଆଜି ରାଜ୍ୟରେ ଜୀବିକା ମିଶନ ଚାଲୁଛି। ପୁନର୍ଗଠନ ନାମରେ ତାଙ୍କୁ କାର୍ୟ୍ୟରୁ ଅନ୍ତର କରି ବିଜେପି ଯେଉଁ ରାଜନୀତି କରିବାକୁ ଚାହୁଁଛି ତାହାକୁ ବିଜେଡି ବିରୋଧ କରିଥିଲା। ମାତ୍ର ସରକାର ଏହାକୁ କର୍ଣ୍ଣପାତ ନ କରିବାରୁ କିଛି ମହିଳା ସଦସ୍ୟା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ମାମଲାର ବିଚାର କରି ଏହା ଉପରେ ଅଙ୍କୁଶ ଜାରି କରିଛନ୍ତି।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ