ଟାଇଁ ଟାଇଁ ଖରା: ଆହୁରି ବଢ଼ିବ ତାତିର ପ୍ରକୋପ

ଭୁବନେଶ୍ୱର,: ପଶ୍ଚିମ ଓଡ଼ିଶାରେ ଟାଇଁ ଟାଇଁ ଖରା । ଉପକୂଳରେ ଝାଇଁ ମାରି ଦେଉଥାଏ ଗୁଳୁଗୁଳି ପ୍ରକୋପ । ଝାରସୁଗୁଡ଼ା ୪୩.୫ ଡିଗ୍ରୀ ସେଲସିୟସ୍‌ରେ ଜଳୁଥିଲା । ଉପକୂଳ ଓଡ଼ିଶାର ଭୁବନେଶ୍ୱରରେ ତାପମାତ୍ରା ୩୭.୫ ଡିଗ୍ରୀ ଛୁଇଁଥିଲେ ବି ଅନୁଭୂତ ହେଉଥିଲା ୫୨ ଡିଗ୍ରୀ ଭଳି ତାତି । ଅଚାନକ ଏମିତି ପ୍ରଚଣ୍ଡ ତାତି ମାଡ଼ି ଆସିଥିବାରୁ ଜନଜୀବନ ନାକେଦମ ହୋଇ ପଡ଼ିଛନ୍ତି ।

ପାଣିପାଗ ପୂର୍ବାନୁମାନ କହୁଛି, ଏବେ ଆହୁରି ବଢ଼ିବ ତାତିର ପ୍ରକୋପ । କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍‌ ଡେଇଁପାରେ । ଗୁଳୁଗୁଳି ଜାରି ରହିବ । ବଡ଼ କଥା ହେଲା, ଆଶ୍ୱସ୍ତି ଦେଲା ଭଳି କାଳବୈଶାଖୀ ସମ୍ଭାବନା ଏବେ ଦେଖାଯାଉନି । ଆସନ୍ତା ୨୫ ତାରିଖ ଭିତରେ ତାପମାତ୍ରା ଖସିବା ସମ୍ଭାବନା କମ୍‌ । ୨୬ ତାରିଖବେଳକୁ କାଳବୈଶାଖୀ ବଢ଼ିପାରେ । ଏମିତି ହେଲେ ହିଁ ପ୍ରଚଣ୍ଡ ତାତିରୁ ନିସ୍ତାର ଆଶା କମ୍‌ ।

ତାତିଠାରୁ ମାରାତ୍ମକ ହୋଇଥିଲା ଗୁଳୁଗୁଳିର ପ୍ରକୋପ । ଭୁବନେଶ୍ୱରରେ ସକାଳ ସାଢ଼େ ୮ଟାରେ ପାରଦ ୩୧ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଆର୍ଦ୍ରତା ଥିଲା ୮୧% । ହିଟ୍‌ ଇଣ୍ଡେକ୍ସ ଅନୁସାରେ- ତାପମାତ୍ରା ଓ ଆର୍ଦ୍ରତା ଯୋଗୁ ସେତେବେଳେ ଅନୁଭୂତ ହେଉଥିଲା ୪୨ ଡିଗ୍ରୀ ଭଳି ଗରମ । ଦିନ ସାଢ଼େ ୧୧ଟାରେ ତାପମାତ୍ରା ୩୫.୨ ଡିଗ୍ରୀ, ଆର୍ଦ୍ରତା ୬୭% ଥିଲା । ଅନୁଭୂତ ହେଉଥିଲା ୪୫ ଡିଗ୍ରୀ ସେଲସିୟସ୍‌ ଭଳି ତାତି । ଦିନ ସାଢ଼େ ୨ଟାବେଳକୁ ଅନୁଭୂତ ହେଉଥିଲା ୫୨ ଡିଗ୍ରୀ ସେଲସିୟସ୍‌ (ତାପମାତ୍ରା ୩୭, ଆର୍ଦ୍ରତା ୬୧%) ଭଳି ତାପମାତ୍ରା ।

ସନ୍ଧ୍ୟା ସାଢ଼େ ୫ଟାବେଳେ ଭୁବନେଶ୍ୱରର ଆର୍ଦ୍ରତା ପରିମାଣ ୭୫% ଥିଲା । ଦିନତମାମ ଭୁବନେଶ୍ୱରରେ ଆର୍ଦ୍ରତା ୬୦% ତଳକୁ ଖସିନଥିଲା । ଏଥିରୁ ଅନୁମାନ କରାଯାଇପାରେ, ରାଜଧାନୀବାସୀ ରବିବାର କିଭଳି ଛଟପଟ ହେଉଥିଲେ ଗରମରେ । ଗମଗମ ଝାଳରେ ନାକେଦମ ହୋଇଥିଲେ ସମସ୍ତେ । କେବଳ ଭୁବନେଶ୍ୱର ନୁହେଁ, ସାରା ଉପକୂଳରେ ଏମିତି ସ୍ଥିତି ଥିଲା ରବିବାର । ତାପମାତ୍ରା ବୃଦ୍ଧି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଯୋଗୁ କଟକ, ଚାନ୍ଦବାଲି, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବି ଦିନ ସାଢ଼େ ୨ଟା ବେଳେ ୪୭/୪୮ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଥିଲା ।

ରବିବାର ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ଥିବାବେଳେ ସ୍ୱାଭାବିକଠାରୁ ୩.୧ ଡିଗ୍ରୀ ଅଧିକ ତାତିରେ ସିଝିଲା । ବଲାଙ୍ଗୀର ତାପମାତ୍ରା ୪୨.୪ ସେଲସିୟସ୍‌, ଟିଟିଲାଗଡ଼ ୪୨, ସମ୍ବଲପୁର ୪୧.୯, ସୁନ୍ଦରଗଡ଼ ୪୧.୮, ବୌଦ୍ଧ ୪୧.୫, ହୀରାକୁଦ ୪୧.୩, ସୋନପୁର ୪୧.୩, ନୂଆପଡ଼ା ୪୧, ଭବାନୀପାଟଣା ୪୦.୮, ରାଉରକେଲା ୪୦.୧, ପାରଳାଖେମୁଣ୍ଡି ୩୯.୮, ଅନୁଗୁଳ ୩୯.୭, ବରଗଡ଼ ୩୯.୬ ଡିଗ୍ରୀ ଥିଲା । ଉପକୂଳରେ ଚାନ୍ଦବାଲି ୩୮, କଟକ ୩୭ ଡିଗ୍ରୀ ଛୁଇଁଥିଲା । ବର୍ତ୍ତମାନ ପୂର୍ବ ଭାରତରେ ତାପମାତ୍ରା ଆସନ୍ତା ୪ ଦିନ ଭିତରେ ୪ରୁ ୬ ଡିଗ୍ରୀ ବଢ଼ିପାରେ । ୩ ଦିନ ପରେ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ