ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ

ଭୁବନେଶ୍ୱର: ଧଉଳି ଗଣଦୁଷ୍କର୍ମ ଓ ସହୀଦ ନଗର ନାବାଳିକା ଦୁଷ୍କର୍ମ ଘଟଣା ମନରୁ ଲିଭି ନଥିବା ବେଳେ ଗତକାଲି ଯେଉଁଭଳି ଭାବରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଗାଁରେ ତୃତୀୟ ଶ୍ରେଣୀରେ ପଢୁଥିବା ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଗଲା ତାହା ଓଡ଼ିଶାକୁ ସାରା ଦେଶରେ ନିନ୍ଦିତ କରିଛି ।

ବିଜେପି ସରକାର ଶାସନକୁ ଆସିବା ପରେ ରାଜ୍ୟରେ ମହିଳା ଓ ନାବାଳିକା ମାନଙ୍କ ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଗୋପାଳପୁର, ବାଲିହରଚଣ୍ଡୀ, ଧଉଳି, ଶହୀଦ ନଗର, ମାଲକାନଗିରି ଗଣଦୁଷ୍କର୍ମର ଲମ୍ବା ତାଲିକା ଦେଖେଇ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁଙ୍କ ନେତୃତ୍ୱରେ ଦଳର ହଜାର ହଜାର ଯୁବ ଓ ଛାତ୍ର ଆଜି ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ ପରି ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇବା ସହିତ ରାଜ୍ୟରେ ମହିଳା ଓ ନାବାଳିକା ମାନଙ୍କ ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ୧୮ ମାସର ବିଜେପି ଶାସନରେ ରାଜ୍ୟରେ ମହିଳା ଓ ନାବାଳିକାଙ୍କ ବିରୋଧରେ ଅପରାଧ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟରେ ଆଇନ ଶୃଖଳା ସ୍ଥିତି ଏପରି ଦୟନୀୟ ସ୍ଥିତିରେ ପହଞ୍ଚିଛି ଯେ, ଅପରାଧୀ ମାନେ ଭୟମୁକ୍ତ ହୋଇ ଅପରାଧ ଘଟାଉଛନ୍ତି ।
ଦୁଃଖ ଓ ପରିତାପର ବିଷୟ ଯେ, ରାଜ୍ୟରେ ମହିଳା ସୁରକ୍ଷା ସ୍ଥିତି ସଙ୍ଗୀନ ହୋଇଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କୌଣସି ତତ୍ପରତା ଦେଖାଉ ନାହାନ୍ତି । ଗୃହ ବିଭାଗ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଥିଲା ବେଳେ ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ବିଗିଡ଼ି ଯାଇଛି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଛି । ଯଦି ରାଜ୍ୟର ବିଜେପି ସରକାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ଅସମର୍ଥ, ତାହେଲେ ସରକାର ଗାଦି ଛାଡ଼ି ଦିଅନ୍ତୁ ।
ଏହି ବିକ୍ଷୋଭରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଧୃତି ମାର୍ଥା, ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୋଫିଆ ଆଲାମ, ତାରିଣୀ ପ୍ରସାଦ ନାୟକ, ଶୁଭ୍ରଜିତ୍ ପାଢ଼ୀ, ନୀଳମାଧବ ମହାନ୍ତି, ସୁଜିତ ପାଲଟାସିଂହ, ଅସ୍ମିତ ଦାସ, ସ୍ନେହାଶିଷ, ତବରେଜ ଖାନ, ଫାତିମା ଖାତୁନ, ଲଗ୍ନାଦୀପ ମିଶ୍ର, ଦୀପକ ଜେନା, ପୃଥ୍ୱୀବ ପଣ୍ଡା, ସତ୍ୟଜିତ୍ ପଟ୍ଟନାୟକ, ଦୀପକ ସାହୁ, ସୌମ୍ୟ ରଞ୍ଜନ ତି୍ରପାଠୀ, ଜଗମୋହନ ବଲିଆରସିଂହ, ସୁଦୀପ୍ତ କୁମାର ସାମଲ, ଶେଖ ଅମୀର ଅହମ୍ମଦ, ସୌମ୍ୟ ଶଙ୍କର ରାୟ, ଦୀପକ ମହାପାତ୍ର, ମନୋଜ ମହାନ୍ତି, ସଞ୍ଜୀତ ମହାନ୍ତି, ମନୋଜ ସେନାପତି, ଅମରଜିତ୍ ସେନାପତି, ଅରୁପ ଶ୍ରୀଚନ୍ଦନ, ପ୍ରଶାନ୍ତ ସ୍ୱାଇଁ, ସ୍ମୃତି ରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ ନାୟକ, ସ୍ୱାଗତିକା ମହାନ୍ତି, ଦୀପକ ବେହେରା, ଜ୍ୟୋତି ପ୍ରକାଶ ସାମଲ, ମନୋରଞ୍ଜନ ସ୍ୱାଇଁ, ବିକ୍ରମ ପଟ୍ଟନାୟକ, ଇଲା ସାସମଲ, ରାଜେଶ ରୋଶନ, ଶ୍ରୀଚନ୍ଦନ ପାତ୍ର, ମନୋଜ ମାରାଣ୍ଡି, ଦିବ୍ୟସିଂହ ସେଠୀ, ଶେଖ ନିୱାଜ, ସମିମ ଅଖତର, ସାଗର ବଳବନ୍ତରାୟ, ସାଇରାମ ସେଠୀ, ଶୁଭମ ବେହେରା, ଅମିତ କୁମାର ଜେନା, ଅଶୋକ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

  • Related Posts

    ସର୍ଭେ ରିପୋର୍ଟ :ତାମିଲନାଡୁରେ ପୁଣି ଥରେ ବାଜି ମାରିବ ଡିଏମ୍‌କେ ମେଣ୍ଟ

    ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ତା’ପୂର୍ବରୁ ଆସିଥିବା ଦୁଇଟି ସର୍ଭେ ରିପୋର୍ଟ କହୁଛି ଯେ ପୁଣି ଥରେ ବାଜି ମାରିବ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍‌କେ ମେଣ୍ଟ। ଲୋକ୍ ପୋଲ୍‌…

    Continue reading
    ଆଜି ଆସାମ ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆସାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସାମର ଜୋରହାଟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋନାରି ଓ ମରିୟାନି ବିଧାନସଭା କ୍ଷେତ୍ରରେ ଦୁଇ ଦିନ ଧରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ରବିବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ