ମୋଦୀଙ୍କ ସ୍ବାଗତ ପାଇଁ ଓଡିଶୀ ନୃତ୍ୟ ପରିବେଷଣ କଲେ ଚୀନର କଳାକାର

ନୂଆଦିଲ୍ଲୀ,30/08:ଦୁଇ ଦିନିଆ ଚୀନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ୭ ବର୍ଷ ପରେ ମୋଦୀ ଚୀନ ଗସ୍ତରେ ଥିବା ବେଳେ ଗଲଓ୍ଵାନ ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଗସ୍ତ । ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧- ଏହି ଦୁଇ ଦିନ ପାଇଁ ଚୀନ ଗସ୍ତରେ ରହିଛନ୍ତି ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । କାରଣ ମୋଦୀଙ୍କ ଗସ୍ତ ଭାରତ-ଚୀନ୍ ସମ୍ପର୍କରେ ସୁଧାର ଆଣିପାରେ ବୋଲି କୁହାଯାଉଛି । ତେବେ ଜାପାନ ଗସ୍ତ ସାରି ଆଜି ଚୀନରେ ପହଞ୍ଚିଛନ୍ତି ମୋଦୀ । ତେବେ ୨୦୧୯ ପରଠାରୁ ଆଉ ଚୀନ ଯାଇ ନାହାନ୍ତି ପ୍ରଧାନମନ୍ତ୍ରୀ । ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ଥିବା ବେଳେ ଆସନ୍ତାକାଲି ମୋଦୀ ଜିନପିଙ୍ଗଙ୍କୁ ଭେଟିବାର କାର୍ଯ୍ଯକ୍ରମ ରହିଛି । ତେବେ ଜାପାନ ଗସ୍ତ ସାରି ଆଜି ଯେତେବେଳେ ଚୀନର ତିଆଙ୍ଗଜିନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଠିକ୍ ସେତେବେଳେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏକ ହୋଟେଲରେ ମୋଦୀଙ୍କୁ ସ୍ବାଗତ କରାଯାଇଥିବା ବେଳେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଦିଆଯାଇଥିବା ମୋଦୀ… ମୋଦୀ ନାରାରେ କମ୍ପିଥିଲା ପରିବେଶ । ଆଉ ଠିକ୍ ଏତିକି ବେଳେ ମୋଦୀଙ୍କ ନଜରରେ ପଡିଥିଲା ଓଡିଶୀ ନୃତ୍ୟ । ଯାହାକୁ ମୋଦୀଙ୍କ ସ୍ବାଗତ ପାଇଁ ପରିବେଷଣ କରୁଥିଲେ ଚୀନର କଳାକାର । ଚୀନରେ ଓଡ଼ିଶୀ ନୃତ୍ୟର ଝଲକ । ବିଶ୍ବ ଦରବାରରେ ପୁଣି ଝଲସିଲା ଓଡ଼ିଶୀ ନୃତ୍ୟ । ଚୀନ କଳାକାରଙ୍କ ଦ୍ବାରା ପରିବେଷିତ ହେଲା ଓଡ଼ିଶୀ, ଯାହାକୁ ଦେଖି ଘଡ଼ିଏ ଅଟକିଗଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ନୃତ୍ୟଶିଳ୍ପୀଙ୍କୁ ପଚାରିଲେ- କେଉଁଠୁ ଶିଖିଲ ଏ ନୃତ୍ୟ ? ଉତ୍ତରରେ ଚୀନର କଳାକାର କଲେ ଓଡିଶା ଏବଂ ଓଡ଼ିଶୀ ନୃତ୍ୟର ଭୁରି ଭୁରି ପ୍ରଶଂସା କଲେ ଚୀନର କଳାକାର। ତେବେ ମୋଦୀ ସ୍ବାଗତର ସେହି ମନ୍ତ୍ରମୁଗ୍ଧ ମୂର୍ଚ୍ଛନାମୟ ପରିବେଶକୁ ମନ ଭରି ଉପଭୋଗ କରିଥିବା ବେଳେ ଚାଇନା କଳାକାରଙ୍କ ଦ୍ବାରା ପ୍ରସ୍ତୁତ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଏବଂ ନୃତ୍ୟ ବେଶ୍ ଚମତ୍କାର ହୋଇଥିବାରୁ ମୋଦୀ ସେମାନଙ୍କୁ ପ୍ରଶଂସା କରିବା ସହ ଓଡିଶୀ ନୃତ୍ଯ କରିଥିବା ଜଣେ ଚୀନ କଳାକାରଙ୍କୁ କେଉଁଠୁ ଏ ନୃତ୍ୟ ଶିଖିଥିଲ ବୋଲି ପଚାରିଥିଲେ । ତେବେ ଉତ୍ତରରେ ନୃତ୍ୟଶିଳ୍ପୀ ଜଣଙ୍କ କହିଥିଲେ- ଏହା ମୁଁ କୋଲକାତାରୁ ଶିଖିଥିଲି । ଦୀର୍ଘ ୧୩ ବର୍ଷ ଧରି ଓଡିଶୀ ମୁଁ ଶିଖି ଆସୁଛି ଏବଂ ୨ ମାସ ଧରି ପ୍ରସ୍ତୁତି ପରେ ଆଜି ଆପଣଙ୍କ ସାମ୍ନାରେ ନୃତ୍ୟ କରିବାର ସୌଭାଗ୍ୟ ମିଳିଛି କହି ମୋଦୀଙ୍କ ପ୍ରତି ସମ୍ମାନ ଜଣାଇଥିଲେ କଳାକାର ।

  • Related Posts

    ଇପସିତାଙ୍କୁ ଉଠାଇ ନେଲା ପୁଲିସ

    ଭୁବନେଶ୍ୱର: ରମାଦେବୀ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିସିଜେଡି ସଭାନେତ୍ରୀ ଇପସିତା ସାହୁଙ୍କୁ ପୁଲିସ ଉଠାଇ ନେଇଛି ।ଇପସିତା ସାହୁଙ୍କୁ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ତାଙ୍କୁ…

    Continue reading
    ଭୋଟ ପାଇଁ ମହାପ୍ରସାଦ ଛୁଆଁଇ ଶପଥ

    ଛାତ୍ର ସଂସଦ ନିର୍ବାଚନ। ଆରମ୍ଭ ହୋଇଛି ଭୋଟିଂ। ଭୋଟିଂ ପୂର୍ବରୁ ରମାଦେବୀ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି। ଏବିଭିପି ପ୍ରାର୍ଥୀ ନିଜେ ହଷ୍ଟେଲ ଭିତରେ ପଶି ଟଙ୍କା ବାଣ୍ଟୁଥିବାର ଅଭିଯୋଗ କରିଛି ବିସିଜେଡି। ସେପଟେ ଏବିଭିପିର ପ୍ରାର୍ଥୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି