ମୋରଡ଼ା କୁକୁଡ଼ା ମଡକ

ମୋରଡ଼ା: ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ରେ କୁକୁଡ଼ା ମଡକ ଦେଖାଦେଇଛି। ବ୍ଲକ୍‌ ଅଧୀନ ଚିତ୍ରଡା ବାଉଁଶ ବଣ ନିକଟ ଏକ ନିଛାଟିଆ ପଡ଼ିଆରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ମଲା କୁକୁଡ଼ା ରବିବାର ପଡିଥିବା ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳରେ ବାର୍ଡ ଫ୍ଲୁକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ମୋରଡା ବ୍ଲକ୍‌ରେ ଛୋଟବଡ଼ ପାଖାପାଖି ୯୦ଟି ବ୍ରୟଲର କୁକୁଡ଼ା ଫାର୍ମ ଥିବା ବେଳେ ଉକ୍ତ ଫାର୍ମଗୁଡ଼ିକରୁ ବର୍ଷକୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ବ୍ରୟଲର କୁକୁଡ଼ା ଉତ୍ପାଦନ ହୋଇଥାଏ। ତେଣୁ ଉକ୍ତ ଘଟଣା ହେତୁ ଫାର୍ମ ବ୍ୟବସାୟୀ ତଥା ବଜାରରେ ମାଂସ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ପ୍ରଭାବ ପଡ଼ିବା ସହିତ ସେମାନେ କ୍ଷତିଗ୍ରସ୍ତ ହେବେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି।

ଏନେଇ ବ୍ଲକ୍‌ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅରବିନ୍ଦ ଜେନାଙ୍କୁ ପଚାରିବାରୁ ଯଦି ପ୍ରବଳ ମାତ୍ରାରେ କୁକୁଡ଼ା ମରେ ତେବେ ଏହା ରାଣୀକ୍ଷେତ ରୋଗ ବା ବାର୍ଡ଼ ଫ୍ଲୁ ହୋଇଥାଏ ପାରେ, ଯାହା ସ୍ବାବ ଟେଷ୍ଟ କଲେ ଜଣାପଡିବ। ଏତେ ମାତ୍ରାରେ କୁକୁଡ଼ା ମରିବା ବ୍ଲକ୍‌ର କୌଣସି ବ୍ରୟଲର କୁକୁଡ଼ା ଫାର୍ମରୁ ତାଙ୍କ ନଜରକୁ ଆସି ନାହିଁ କି କୌଣସି କୁକୁଡ଼ା ଚାଷୀ ତାଙ୍କୁ ଏବାବଦରେ କହି ନାହାନ୍ତି ବୋଲି କହିଛନ୍ତି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ