‘ମ୍ୟୁଜିକା ସଙ୍ଗମ ଏଣ୍ଡ ସଙ୍ଗମ ଅନୁଷ୍ଠାନ ପକ୍ଷରୁ ‘ଭଏସ୍ ଜିନିୟସ’ପ୍ରତିଯୋଗିତା

ଦେବଗଡ଼:ସ୍ଥାନୀୟ ଟାଉନ ହଲରେ ମ୍ୟୁଜିକା ସଙ୍ଗମ ଏଣ୍ଡ ସଙ୍ଗମ ଅନୁଷ୍ଠାନ ପକ୍ଷରୁ ଦ୍ୱିଦିବସୀୟ ୨୯ ତମ ‘ଭଏସ୍ ଜିନିୟସ’ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ସ୍ୱର୍ଗତ ପ୍ରତାପ କିଶୋର ନାୟକ ଏବଂ ପଦ୍ମନ ନାୟକଙ୍କ ସ୍ମୃତିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚଳିତ ବର୍ଷର ଭଏସ୍ ଜିନିୟସରେ ଅରୁନ୍ଧତୀ ଦାଶ ପ୍ରଥମ ସ୍ଥାନ ହାସଲ କରିଥିଲେ।ପି.ଆର. ଜ୍ୟୋତି ଦ୍ୱିତୀୟ, ଅର୍ପିତ ଟାଲୀ ତୃତୀୟ,ସାହାନା ସଂଶିତ ସାହୁ ଚତୁର୍ଥ, ସ୍ନିଗ୍ଧାରାଣୀ ପାତ୍ର ପଞ୍ଚମ, କିରଣ ମଞ୍ଜରୀ ସାହୁ ଷଷ୍ଠ, ଦିବ୍ୟାଂଶି ଗୁରୁ ସପ୍ତମ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗଦାନନ୍ଦ ନନ୍ଦଙ୍କୁ ଅନୁଷ୍ଠାନ ତରଫରୁ ଚଳିତ ବର୍ଷର ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।ଅନୁଷ୍ଠାନର ସଭାପତି ବିକାଶ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୂଖ୍ୟଅତିଥି,ସମା‌ଜସେବୀ ଚିତ୍ତରଞ୍ଜନ ପ୍ରଧାନ, ବିଜେଡି ନଗର ସଭାପତି ଚନ୍ଦ୍ରଶେଖର ଭୁକ୍ତା, ଶୁକଦେବ ଭଞ୍ଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ଉଦଯାପନୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶାନ୍ତ ମଞ୍ଜରୀ ଦେଇ ମୁଖ୍ୟଅତିଥି,ଜିଲ୍ଲା ଓକିଲ ସଂଘ ସମ୍ପାଦକ ସିଦ୍ଧେଶ୍ୱର ଗୁରୁ, ରମଣୀ ରଞ୍ଜନ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ଉପସଭାପତି ବାସୁଦେବ ମିଶ୍ର,ସମ୍ପାଦକ ଅନୁଜ ପ୍ରଧାନ,ଶଶାଙ୍କ ସେଖର ଝାଙ୍କର, ଜନ୍ମାନୟ ନାୟକ ମଞ୍ଚାସୀନ ଥିଲେ।ପ୍ରଣତି ମହାପାତ୍ର,ଦେବସ୍ମୃତି ମହାପାତ୍ର,ଏନ. ଶ୍ରୀନୁ ଦାଶ ବିଚାରକ ଥିଲେ। କାର୍ଯ୍ୟକ୍ରମରେ ଦେବଗଡ ଶୃଙ୍ଗାର କଳା ପରିଷଦ, ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀ, ମାହାରୀ ନୃତ୍ୟ କଳା ମଣ୍ଡପ, ରିଆମାଳ କ୍ରିଷ୍ଣା ଡ୍ୟାନ୍ସ ଏକାଡେମୀ, ବାରକୋଟ ମନପୂଜାରାଣୀ ଡ୍ୟାନ୍ସ ଗ୍ରୁଫର କଳାକାର ମାନେ ଅଂଶଗ୍ରହଣ କରି ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରିତମ ବେହେରା ଏବଂ ସୁମନ ମହାକୁଳ ମଞ୍ଚ ପରିଚାଳନା କରିଥିବାବେଳେପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଅବନିକାନ୍ତ ମିଶ୍ର ସଂଯୋଜନା କରିଥିଲେ।

  • Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନେଶ୍ୱର: ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ (RI) ସୁରଜବାଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା…

    Continue reading
    ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର

    ଭୁବନେଶ୍ବର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି ଚୟନକୁ ନେଇ ଆପତ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ