ଯାତ୍ରାପାର୍ଟି ହିରୋଇନ୍‌ କରିବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ

ପଟ୍ଟାମୁଣ୍ଡାଇ: ଜଣେ ଯୁବତୀଙ୍କୁ ଏକ ପ୍ରତିଷ୍ଠିତ ଗଣନାଟ୍ୟରେ ହିରୋଇନ୍ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଲେ । ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ଏକ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନର ମ୍ୟାନେଜର ବୋଲି କହୁଥିବା ୨ ଜଣ ଯୁବକ ସଂପୃକ୍ତ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ୨ ଲକ୍ଷ ୮୦ହଜାର ଟଙ୍କା ଲୁଟି ନେଇଛନ୍ତି । ତେବେ ପ୍ରତିଶ୍ରୁତି ପୂରଣ ନକରିବାରୁ ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଅଶ୍ଳୀଳ ଫଟୋ ଭାଇରାଲ୍ କରିବାର ଧମକ ଦେଇ ପୁଣି ଟଙ୍କା ମାଗିଥିଲେ । ଏଥିରେ ଅତିଷ୍ଠ ହୋଇ ପୀଡ଼ିତା ଶେଷରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବା ସହ ସଂପୃକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି ।

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଏକ ଗ୍ରାମର ସଂପୃକ୍ତ ପୀଡ଼ିତାଙ୍କ ଅଭିଯୋଗରୁ ପ୍ରକାଶ ଯେ, ଏକ ପ୍ରତିଷ୍ଠିତ ଗଣନାଟ୍ୟରେ ହିରୋଇନ କରି ଦେବାର ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଖାଇ ଉକ୍ତ ଯାତ୍ରା ପାଟିର ପରିଚାଳକ ବୋଲି ଦାବି କରୁଥିବା ବୁଲୁ ପଣ୍ଡା ଓ ଜ୍ୟୋତି ପଣ୍ଡା ଗତ ଏପ୍ରିଲ ମାସ ୬ ତାରିଖ ଦିନ ଚଉଦକୁଲାଟ ପେଟ୍ରୋଲ ପମ୍ପ୍ ନିକଟରୁ ତାଙ୍କୁ ନେଇ କେନ୍ଦ୍ରାପଡ଼ା ଗରାପୁରର ଏକ ହୋଟେଲକୁ ନେଇଥିଲେ । ଅଭିଯୁକ୍ତ ଦ୍ୱୟ ପୂର୍ବରୁ ଉକ୍ତ ହୋଟେଲରେ ୨ଟି ରୁମ୍ ବୁକ୍ କରିଥିଲେ । ହୋଟେଲରେ ପହଞ୍ଚିବା ପରେ ସେମାନେ ପ୍ରଚୁର ମଦ୍ୟପାନ କରିବା ସହିତ ତାଙ୍କୁ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ । ସେ ଚେତାଶୂନ୍ୟ ହୋଇଯିବା ପରେ ତାଙ୍କୁ ସେମାନେ ବଳାତ୍କାର କରିବା ସହ ଅଶ୍ଳୀଳ ଫଟୋ ଉଠାଇବା ସହ ଭିଡିଓ ସୁଟ୍ କରିଥିଲେ । ତାଙ୍କର ଚେତା ଫେରିବା ପରେ ଏ ସମ୍ପର୍କରେ କାହାରିକୁ ନକହିବାକୁ ତାଗିଦ୍ କରିଥିଲେ । ନଚେତ୍ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କରିଦେବୁ ବୋଲି ଧମକ ଦେଇଥିଲେ । ଏହା ସହ ଯାତ୍ରା ପାଟି ର୍ର ହିରୋଇନ୍ କରିବାକୁ ବୁଲୁ ପଣ୍ଡା ତାଙ୍କଠାରୁ ଉକ୍ତ ଦିନ ୨ ଲକ୍ଷ ୮୦ ହଜାର ଟଙ୍କା ନେଇଥିଲା । ପରଦିନ ସେମାନେ ପୀଡ଼ିତାଙ୍କୁ ବାଲିଚନ୍ଦ୍ରପୁର ନେଇ ପାଟି ର୍ ମାଲିକଙ୍କୁ ସାକ୍ଷାତ କରାଇଥିଲେ । ସେଠାରେ ତାଙ୍କୁ ଯାତ୍ରା ପାର୍ଟି ହିରୋଇନ୍ ହେବା ପାଇଁ ଏଗ୍ରିମେଣ୍ଟ କରିବାକୁ ଆଉ ଥରେ ଆସିବାକୁ କହିଥିଲେ ।

ଚଳିତ ମାସ ୧୨ ତାରିଖରେ ବୁଲୁ ପଣ୍ଡା ତାଙ୍କୁ ଗଗୁଆ ଛକରୁ ବଳପୂର୍ବକ ଉଠାଇ ନେଇ କଳିଙ୍ଗ ପ୍ୟାଲେସ ହୋଟେଲକୁ ନେଇ ସେଠାରେ ବଳାତ୍କାର କରିବା ସହ ହିରୋଇନ୍ ହେବାକୁ ହେଲେ ଆଉ ୫୦ ହଜାର ଟଙ୍କା ଦାବି କରିଥିଲା । ପୀଡ଼ ିତା ଏଥିରେ ଅରାଜି ହେବା ସହ ଅଟୋରେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ବୁଲୁ ପଣ୍ଡା ତାକୁ ନିଜ ବାଇକ୍ରେ ବସାଇ ତିନିମୁହାଣିରେ ଛାଡ଼ି ଦେଇଥିଲା । ଘଟଣା ପରେ ଅଭିଯୁକ୍ତ ଦ୍ୱୟ ଭିଡିଓ କଲ୍ କରି ତାଙ୍କୁ ଉଲଗ୍ନ ହେବାକୁ ଧମକ ଦେବା ସହିତ ପୁନରାୟ ଟଙ୍କା ଦେବାକୁ ଧମକ ଦେଉଛନ୍ତି ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ତେବେ ଅଭିଯୁକ୍ତ ଦ୍ୱୟ ପ୍ରକୃତରେ କୌଣସି ପ୍ରତିଷ୍ଠିତ ପାର୍ଟିର କି ନୁହେଁ ତାହା ଜଣାପଡ଼ିନାର୍ହିଁ ।

  • Related Posts

    ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ

    କଟକ ୪।୬: ଏସ୍‌ସିବି ପିଛା ଛାଡ଼ୁନି ଅଗ୍ନିକାଣ୍ଡ । କଟକ ଏସ୍‌ସିବି ମେଡ଼ିକାଲରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡରେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ୱାର୍ଡ ଭିତରେ ଥିବା…

    Continue reading
    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ