
ଭୁବନେଶ୍ୱର: ଅପେକ୍ଷାର ହେଲା ଅନ୍ତଃ । ବାହାରିଲା ଯୁକ୍ତ ୨ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷ ପରିଷଦ ପକ୍ଷରୁ ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ଏକ ସଙ୍ଗେ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ତେବେ କଳା ଷ୍ଟ୍ରିମରେ ପାସ ହାର ୮୪.୫୦% ରହିଛି । କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଛାତ୍ରଙ୍କ ପାସ ହାର ୭୭.୯୭% ରହିଥିବାବେଳେ ଛାତ୍ରୀଙ୍କ ପାସହାର ୮୯.୪୫% ରହିଛି ।
ଅପରାହ୍ନ ୩ଟାରୁ ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ରେ ନିଜର ପରୀକ୍ଷା ଫଳ ଦେଖିପାରିବେ । ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି, ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ ୱେବ୍ସାଇଟ୍ www.results.odisha. gov.in, www.results. digilocker.gov.inରେ ଦେଖିପାରିବେ । ପରୀକ୍ଷା ଫଳ ଲୋକାର୍ପଣ କାର୍ୟ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ସଚିବ ଏନ୍ ତିରୁମାଲା ନାଏକ, ସିଏଚ୍ଏସ୍ଇ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ସଚିବ ଶୁଭ୍ରାବାଳା ପରିଡ଼ା ଓ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।







