ଯୋଡା ସେକ୍ସନରେ ଆତଙ୍କ ଖେଳାଇଛନ୍ତି ୧୩ ହାତୀ

ଯୋଡା,୧୬/୦୫: ଚମ୍ପୁଆ ସେକ୍ସନରେ ୧୩ଟି ହାତୀ ବୁଲୁଥିବା ମିଳିଛି। ଯୋଡା ବନ ପାଳ ତ୍ରିନାଥ ଜେନାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବଂ।ଶପାଣି ଖଣି ଓ ମାଲ। ରାୟ ଖଣି ନିକଟ ଜଙ୍ଗଲ ରେ ୫ଟି ହାତୀ ରହିଛନ୍ତି । ଏହି ଦଳରେ ଗୋଟିଏ ମାଈ,୩ଟି ଦନ୍ତା ଓ ଗୋଟିଏ ହାତୀ ଶାବକ ଥିବା ବେଳେ ଧୁବୁଲ। ବେଡ। ଜଙ୍ଗଲ ରେ ୮ ଟି ହାତୀ ବିଚରଣ ବୁଲାବୁଲି କରୁଛନ୍ତି। ଏହି ଦଳରେ ଗୋଟିଏ ଦନ୍ତା,୪ ମାଈ ୩ ଓ ୩ ହାତୀ ଶାବକ ରହିଥିବା ସୂଚନା ମିଳିଛି । ଗୁରୁବାର ରାତିରେ ବେହେରା ହଟିଙ୍ଗ ଓ ଏମ ସି କୋଚା ରେ ୫ଟିକିଆ ହାତୀ ପଲ୍ ଚାଉଳ,ହାଣ୍ଡିଆ ଖାଇ ଦେବା ସହିତ ଗୋଟିଏ ଘର ଭାଙ୍ଗି ଦେଇଥିଲେ । ସେହିପରି କୁଦୂର୍ ସାହି ଠାରେ ମଧ୍ୟ ହାତୀ ପଲ ରହି ଉପଦ୍ରବ କରିଥିବା ଜଣାପଡିଛି। ତେବେ ଭାଙ୍ଗି ଥିବା ଘର ଗୁଡ଼ିକ ଖଣି ଲିଜ ଅଞ୍ଚଳରେ ଥିବାରୁ ଆଇନ ଅନୁଯାୟୀ ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ମିଳିନଥିବା ବେଳେ ଯୋଡା ବନପାଳ ସେମାନଙ୍କୁ ନିଜସ୍ଵ ପାଣ୍ଠିରୁ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା ପାଇଁ ଟିଣ ବାକ୍ସ ପ୍ରଦାନ କରିଥିବା କହିଛନ୍ତି । ଏହି ବଂଶପାଣି ଖଣିରେ ଥିବା ୫ଟିକିଆ ହାତୀ ପଲ ତିନି ଚାରି ଦିନ ହେବ ଏଠାକୁ ଆସି ବିଚରଣ କରୁଥିବା ବନ ପାଳ ଜେନା କହିଛନ୍ତି। ତେବେ ନିକଟରେ ରେଳ ଧାରଣ। ରହି ଥିବାରୁ ହାତୀ ଉପସ୍ଥିତି ନେଇ ସ୍ଥାନୀୟ ରେଳ ଷ୍ଟେସନ କୁ ଜଣାଇଥିବା ଓ ନିକଟସ୍ଥ ଖଣିକୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଥିବା ବନପାଳ ଜେନା ସୂଚନା ଦେଇଛନ୍ତି ।
(ରମେଶ ମହାପାତ୍ର)

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ