ରଣବା ପଞ୍ଚାୟତରେ ଜନଶୁଣାଣୀ

୨୩ ଅଭିଯୋଗର ଶୁଣାଣୀ, ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି

ରାଇକିଆ-୩୧-୨୬-ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ ସଭାଗୃହରେ ସୋମବାର ଜନଶୁଣାଣୀ କାର୍ଯ୍ୟକ୍ରମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ଅଭିଯୋଗ ଉପସ୍ଥାପନ କରିଥିଲେ।ଜନଶୁଣାଣୀରେ ମୋଟ ୨୩ଟି ଅଭିଯୋଗ ଦାଖଲ ହୋଇଥିବାବେଳେ ସେଥିମଧ୍ୟରୁ ୧୩ଟି ସାମୂହିକ ଓ ୧୦ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ବିଭିନ୍ନ ପ୍ରକାର ଭତ୍ତା ପ୍ରଦାନ, ଅଙ୍ଗନବାଡ଼ି କେନ୍ଦ୍ର ଗୃହ ମରାମତି, ରାସ୍ତାଘାଟ ମରାମତି ଏବଂ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଭଳି ସମସ୍ୟା ଗ୍ରାମବାସୀ ଜଣାଇଥିଲେ।
ଅଭିଯୋଗଗୁଡ଼ିକୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଡ଼ଃ ସାହୁ ଗୁରୁତ୍ୱର ସହ ଶୁଣିବା ସହ ସମ୍ପୃକ୍ତ ବିଭାଗ ଦ୍ୱାରା ଯାଞ୍ଚ କରାଯାଇ ନିୟମାନୁଯାୟୀ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଅଭିଯୋଗକାରୀଙ୍କୁ ଆଶ୍ୱାସନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ରଣବା ସରପଞ୍ଚ ଶ୍ରୀମତୀ ବନିତା ମଲ୍ଲିକ, ନାଏବ ସରପଞ୍ଚ ଶ୍ରୀକାନ୍ତ ବିଶୋଇ, ବ୍ଲକ ସଂଯୋଜକ କମଳ ପ୍ରସାଦ ନାୟକ, ଜିପିଡିଓ ମହେଶ ପଟ୍ଟନାୟକ, ଏପିଓ କେଦାର ପଣ୍ଡା, ଏଇଇ ବଣ୍ଟି ଚୌଧୁରୀ, ଓଏଲ୍‌ଏମ୍‌ ଜୟଦେବ ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ପଣ୍ଡା, ଏଡିଓ ନବଘନ ବେହେରାଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ଉପସ୍ଥିତ ଥିଲେ।

ରିପୋର୍ଟ: ଦ୍ୟୁତି କୃଷ୍ଣ ପଣ୍ଡା

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସଂସ୍କୃତ ଦିବସ ସପ୍ତାହ ପାଳିତ

    ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ଉପରେ ଗୁରୁତ୍ୱାରୋପ ରାଇକିଆ, ୩୧।୮: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ସପ୍ତାହ ଉତ୍ସାହ ସହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସଂସ୍କୃତ ଭାଷାର ଗୁରୁତ୍ୱ,…

    Continue reading
    ଲଘୁଚାପଜନିତ ବର୍ଷାରେ ରାଇକିଆ ବେହାଲ

    ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ, ଯାତାୟାତ ପ୍ରଭାବିତ ରାଇକିଆ-୩୧-୨୬-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଲାଗିରହିଛି। କେତେବେଳେ ଝିପିଝିପି ବର୍ଷା ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ