ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି

ନୂଆଦିଲ୍ଲୀ: ନିଜର ଅଶ୍ଳୀଳ ମନ୍ତବ୍ୟ ପାଇଁ ବିବାଦରେ ପଡିଥିବା ୟୁଟ୍ୟୁବର ତଥା ପୋଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଗିରଫ ଆଶଙ୍କାରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଅଶ୍ଳୀଳ ମନ୍ତବ୍ୟ ପାଇଁ ଆହ୍ଳାବାଦିଆଙ୍କ ବିରୋଧରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। ଏପରି ଆଶଙ୍କାକୁ ନେଇ ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବାବେଳେ ତାଙ୍କୁ ଆଶ୍ବସ୍ତି ମିଳିଛି। ବିଚାରପତି ସୂର‌୍ୟ୍ୟ କାନ୍ତଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ପୀଠ ଏହିସବୁ ମାମଲାରେ ଆହ୍ଲାବାଦିଆଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ୟୁଟ୍ୟୁବ୍‌ରେ ପ୍ରସାରିତ କ​‌େ​‌ମଡି ଧାରାବାହିକ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ଅତିଥି ଭାବେ ଉପସ୍ଥିତ ରହି ଆହ୍ଲାବାଦିଆ ଦର୍ଶକଙ୍କୁ କେତେକ ଅଶ୍ଳୀଳ ପ୍ରଶ୍ନ କରିଥିଲେ। ଯାହା ସାଧାରଣ ସମାଜରେ ଅତ୍ୟନ୍ତ ନିନ୍ଦନୀୟ। ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଆଶ୍ବସ୍ତି ପ୍ରଦାନ କରିଥିବାବେଳେ ତାଙ୍କର ମନ୍ତବ୍ୟ ପାଇଁ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ବାଧୀନ ମତବ୍ୟକ୍ତ ଅଧିକାର ନାମରେ ଜଣେ ସମାଜର ନୀତି ଆଦର୍ଶ ବିରୋଧରେ ନିଜ ଇଚ୍ଛାରେ ଯାହା କିଛି କହିପାରିବେ ନାହିଁ। ଆହ୍ଳାବାଦିଆଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ ତୁମ ମନକୁ ଯାହା ଆସିଲା ତାହା କହିବା ଲାଗି ତୁମେ ଲାଇସେନ୍ସ ପାଇଛ କି? ନିଜର ପକ୍ଷ ରଖିବା ଲାଗି ତୁମେ କାହିଁକି ଗୁଆହାଟୀ ଯିବ ନାହିଁ? ୟୁଟ୍ୟୁବ୍ ଶୋ’ରେ ତୁମେ ଯାହା କହିଛ ତାହା ପିତାମାତା ଓ ପିଲାମାନଙ୍କୁ ଲଜ୍ଜିତ କରିଛି। ଜଣେ ନିଜକୁ ଲୋକପ୍ରିୟ ଚେହେରା ବୋଲି ଭାବି ଯାହା ଇଚ୍ଛା ତାହା କହିପାରିବ ନାହିଁ। କି ତାଙ୍କ କଥାକୁ ସମାଜ ଗ୍ରହଣ କରିନେବ ନାହିଁ। ସୁପ୍ରିମକୋର୍ଟ ଆହ୍ଲାବାଦିଆଙ୍କୁ କହିଛନ୍ତି ଯେ ତୁମ ମନରେ କିଛି ମଇଳା ରହିଛି ଯାହାକୁ ତୁମେ ବାହାର କରିବା ଦରକାର।
ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଗିରଫରୁ ଆଶ୍ବସ୍ତି ଦେଇଥିବାବେଳେ ନିଜର ପାସପୋର୍ଟ ମହାରାଷ୍ଟ୍ରର ଥାଣେ ପୁଲିସ ନିକଟରେ ଜମା ଦେବାକୁ କହିଛନ୍ତି। ଏହା ସହିତ ତାଙ୍କୁ ଅଦାଲତଙ୍କ ବିନା ଅନୁମତିରେ ଦେଶ ବାହାରକୁ ନ ଯିବାକୁ କହିଛନ୍ତି। ଅଶ୍ଳୀଳ ମନ୍ତବ୍ୟ ପରେ ଆହ୍ଲାବାଦିଆଙ୍କ ପରିବାରକୁ ବିଭିନ୍ନ ମହଲରୁ ହତ୍ୟା ଧମକ ମିଳୁଥିବାବେଳେ ଏଥିପାଇଁ ସେ ପୁଲିସ ଠାରୁ ସୁରକ୍ଷା ଲୋଡି ପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଧାରାବାହିକକୁ ନେଇ ତାଙ୍କ ବିରୋଧରେ ଆଉ କୌଣସି ଏତଲା ଦାୟର ହୋଇପାରିବ ନାହିଁ। ସେହିପରି ଆଗାମୀ ଦିନରେ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଧାରାବାହିକର କୌଣସି ଅଧ୍ୟାୟ ପ୍ରସାରଣ କରାଯାଇ ପାରିବନି।

  • Related Posts

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଭୁବନେଶ୍ଵର,୦୮/୦୮:ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ବାଙ୍ଗାଲୋରର ବେସିକ ନିଡସ ଇଣ୍ଡିଆ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଛି । ମାନ୍ୟବର ସ୍ୱାସ୍ଥ୍ୟ ଓ…

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ: ଧର୍ମେନ୍ଦ୍ର

    ଗଞ୍ଜାମ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ: ଧର୍ମେନ୍ଦ୍ର

    ରେଳବାଇର ପାର୍ବଣ ଅଫର : ଏକାସଙ୍ଗେ ଯା’ଆସ ଟିକଟ ବୁକିଂରେ ୨୦% ରିଆତି

    ରେଳବାଇର ପାର୍ବଣ ଅଫର : ଏକାସଙ୍ଗେ ଯା’ଆସ ଟିକଟ ବୁକିଂରେ ୨୦% ରିଆତି

    ରାଜ୍ୟର ନିରନ୍ତର ବିକାଶ ଧାରାରେ ଆଜି କୋରାପୁଟ ଜିଲ୍ଲା ମଧ୍ୟ ସାମିଲ ହୋଇଛି – ମୁଖ୍ୟମନ୍ତ୍ରୀ

    ରାଜ୍ୟର ନିରନ୍ତର ବିକାଶ ଧାରାରେ ଆଜି କୋରାପୁଟ ଜିଲ୍ଲା ମଧ୍ୟ ସାମିଲ ହୋଇଛି – ମୁଖ୍ୟମନ୍ତ୍ରୀ

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ