ରତ୍ନ ଭଣ୍ଡାର ଗଣତି ମଣତି, ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି: ବିଜେଡି

ଭୁବନେଶ୍ୱର : ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଗତ ଏକ ବର୍ଷ ହେଲା ଡବଲ ଇଂଜିନ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି, ଗତ ଏକ ବର୍ଷ ହେଲା ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ, ଆଜି ଆଇନ ମନ୍ତ୍ରୀ ଆହୁରି ତିନି ମାସ ଲାଗିବ ବୋଲି କହିବା ଦୁର୍ଭାଗ୍ୟଜନକ।

ଗଣତି ମଣତି ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ା ଯାଇଛି ବୋଲି ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ପୂର୍ବରୁ ଗଣତି ମଣତି ସମୟରେ କେବେ ରିଜର୍ଭ ବ୍ୟାଙ୍କର ସହାୟତା ନିଆ ଯାଇଥିଲା କି ? ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟରେ ଗଣତି ମଣତି ସମୟରେ ରିଜର୍ଭ ବ୍ୟାଙ୍କର ସହାୟତା ନେବା ବ୍ୟବସ୍ଥା ରହିଛି କି ? ଯଦି ନାହିଁ କେଉଁ କାରଣ ପାଇଁ ଏହାକୁ ରିଜର୍ଭ ବ୍ୟାଙ୍କ ନାମରେ ବିଳମ୍ବିତ କରିବାକୁ ଚେଷ୍ଟା କରାଯାଉଛି।

ରତ୍ନ ଭଣ୍ଡାରର ଗଣତି ମଣତି କରିବା ପରିବର୍ତ୍ତେ ଗତ ଏକ ବର୍ଷ ଧରି ଠାକୁରଙ୍କ ବହୁ ମୂଲ୍ୟ ଅଳଙ୍କାର ସମୂହ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏବେ ଅଳିଆ ଗଦା ମାଧ୍ୟମରେ ସୃଷ୍ଟି ହୋଇଥିବା ପଞ୍ଚମ ଦ୍ୱାର ଦେଇ କିଛି ଲୋକ ପ୍ରବେଶ କରୁଥିବା ଦୃଶ୍ୟ ଓଡିଶାବାସୀଙ୍କୁ ବିଚଳିତ କରିବା ସହିତ ରତ୍ନ ଭଣ୍ଡାର ବାହାରେ ଥିବା ରତ୍ନ ସୁରକ୍ଷିତ ଅଛି କି ନାହିଁ, ସେନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି ହେଲାଣି। ରାଜ୍ୟ ସରକାର ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଆଉ ଅଧିକ ରାଜନୀତି ନକରି ଜନ ସାଧାରଣଙ୍କ ମନରୁ ସନ୍ଦେହ ଦୂର କରନ୍ତୁ ବୋଲି ଡ଼ଃ ମହାନ୍ତି କହିଛନ୍ତି।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ