ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ଏହି ଶୁଭ ଦିନରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ଆରମ୍ଭ ହୋଇଛି। ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତମାନେ ରଥଖଳାରେ ପହଞ୍ଚି ସୁନା କୁରାଢିରେ ରଥ କାମ ଆରମ୍ଭ କରିଥିଲେ। ଶ୍ରୀନଅର ସମ୍ମୁଖରେ ରଥକାଠ ଅନୁକୂଳ କରାଯାଇଥିବା ବେଳେ ପ୍ରାୟ ୩୨୬ ଖଣ୍ଡ କାଠ ରଥଖଳାରେ ସଂଗ୍ରହ ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପ୍ରସ୍ତୁତ ରଥଖଳାରେ ପୁରୋହିତ, ରାଜଗୁରୁ ଓ ବ୍ରାହ୍ମଣମାନଙ୍କ ଦ୍ୱାରା ବିଧିବତ ପୂଜା ପରେ ଏହି ପବିତ୍ର କାର୍ଯ୍ୟ ସମ୍ପନ୍ନ ହୋଇଛି। ସମସ୍ତେ ମହାପ୍ରଭୁଙ୍କ ନିକଟରେ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ପାଇଁ ପ୍ରାର୍ଥନା କରିଛନ୍ତି। ଏହା ସହିତ ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଗ୍ରୀଷ୍ମ ପ୍ରବାହରୁ ଉପଶମ ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଛନ୍ତି। ୨୧ ଦିନ ଧରି ଚାଲିବା ଏହି ବାହାର ଚାପରେ ପ୍ରତିଦିନ ଶୋଭାଯାତ୍ରାରେ ଶ୍ରୀଜୀଉଙ୍କ ପ୍ରତିମା ପୁଷ୍କରିଣୀକୁ ଯିବେ। ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ବାଣ ବ୍ୟବହାରକୁ ପୂର୍ଣ୍ଣରୂପେ ନିଷେଧ କରାଯାଇଛି ଏବଂ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ସତର୍କ କରିଛି।
ମହିଳାମାନେ ପସନ୍ଦ କରୁଥିବା ପୁରୁଷ
– ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…








