ରବିବାର ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର : କାଲି (ରବିବାର) ଖୋଲା ରହିବ ବ୍ୟାଙ୍କ।ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।୨୭ ତାରିଖ ରବିବାର ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ ପରିପ୍ରେକ୍ଷୀରେ ଗ୍ରାହକମାନଙ୍କ ସୁବିଧା ଓ ବ୍ୟାଙ୍କିଂ ସେବା ସ୍ୱାଭାବିକ ରଖିବା ଉଦ୍ଦେଶ୍ୟରେ ରବିବାର ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି।ସୂଚନାନୁସାରେ, ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ସପ୍ତାହକୁ ଦୁଇ ଦିନ ଛୁଟି ଦାବି କରାଯାଇଛି। ଏହି ଦାବିକୁ ନେଇ ୨୮ ତାରିଖରୁ ତିନି ଦିନିଆ ଧର୍ମଘଟ ପାଇଁ ଡାକରା ଦିଆଯାଇଛି। ଧର୍ମଘଟ ଯୋଗୁଁଁ ସାଧାରଣ ବ୍ୟାଙ୍କିଂ କାରବାର ପ୍ରଭାବିତ ହେବାର ଆଶଙ୍କା ରହିଛି।ଏହାକୁ ଦୃଷ୍ଟିରେ ରଖି ୨୭ ତାରିଖ ରବିବାର ଦିନ ବ୍ୟାଙ୍କ ଖୋଲା ରଖି ଗ୍ରାହକଙ୍କ ଆବଶ୍ୟକୀୟ କାରବାର ସମ୍ପନ୍ନ କରିବାର ସୁଯୋଗ ଦିଆଯିବ। ଧର୍ମଘଟ ପୂର୍ବରୁ ଗ୍ରାହକମାନେ ଆବଶ୍ୟକ ବ୍ୟାଙ୍କିଂ କାର୍ଯ୍ୟ ସାରିନେବାକୁ କୁହାଯାଇଛି।

  • Related Posts

    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading
    ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ନେତନ୍ୟାହୁ

    ନୂଆଦିଲ୍ଲୀ:   ମୃତ୍ୟୁ ସହ ଲଢି ଫ୍ଲାଏଦୁବାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ସ୍ମିତ୍ ମଚ୍ଛାରଙ୍କ ସହ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତନ୍ୟାହୁ । ଇସ୍ରାଏଲ, ଭାରତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ