ରବି ଫସଲ ପାଇଁ ଚାଷୀ ଚିନ୍ତାରେ

ତେଲେଙ୍ଗିରି ଜଳଭଣ୍ଡାରରୁ ପାଣି ଲିକ୍‌। ଫଳରେ ତଳମୁଣ୍ଡକୁ ବହୁମାତ୍ରାରେ ପାଣି ନିଷ୍କାସିତ ହେଉଛି। ଖବର ପାଇ ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ଜଳ ନିଷ୍କାସନ ହେବା ଦ୍ୱାରା ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି। ଚାଷୀଙ୍କ ଚିନ୍ତା ଦୂର କରିବାକୁ ବିଗତ ବିଜେଡି ସରକାର ନିର୍ମାଣ କରିଥିବା ଏହି ପ୍ରକଳ୍ପ, ଏବେ ଭୟଙ୍କର ପାଣି ଲିକ ଯୋଗୁ ଚାଷୀଙ୍କ ନିଦ ହଜାଇ ଦେଇଛି।

ପଦ୍ମ ଘୁଞ୍ଚିବା ଭଳି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବେଳୁ ଘୁଞ୍ଚି ଘୁଞ୍ଚି ଚାଲିଥିବା ତେଲେଙ୍ଗିରି ପ୍ରକଳ୍ପକୁ ୨୦୦୦ ମସିହାରୁ ନିର୍ମାଣ କାମ ଆରମ୍ଭ କରିଥିଲେ ବିଗତ ବିଜେଡି ସରକାର। ତେବେ ଠିକ୍‌ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ଲୋକାର୍ପଣ କରିଥିଲେ ନବୀନ ପଟ୍ଟନାୟକ। ଏଠି ପ୍ରଶ୍ନ ଉଠୁଛି, ତେଲେଙ୍ଗିରି ପାଣି ଲିକ ପଛରେ ରହିଛି କି ନିର୍ମାଣଗତ ତ୍ରୁଟି ? କନଷ୍ଟ୍ରକ୍ସନ ସ୍ଲୁଇସ୍‌ ବନ୍ଦ ନକରି ଏହାକୁ କାହିଁକି କାର୍ଯ୍ୟକ୍ଷମ କରାଯାଇଥିଲା? ୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ଏହାକୁ ଉଦଘାଟନ କରିଥିଲେ କି ତତ୍କାଳୀନ ନବୀନ ସରକାର? ପାଣି ଲିକେଜ ଅଣାୟତ୍ତ ହେବା ପଛରେ ଦାୟୀ କିଏ? ଏହା ଆକସ୍ମିକ ଘଟଣା ନା ଅବହେଳାର ପରିଣତି? ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଘଟଣାର ଅନୁଧ୍ୟାନ କରିଥିବା ବେଳେ, ତେଲେଙ୍ଗିରି ଜଳସେଚନ ପ୍ରକଳ୍ପର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କହିଛନ୍ତି, କନଷ୍ଟ୍ରକ୍ସନ ସ୍ଲୁଇସ୍‌ ବନ୍ଦ କରିବାକୁ ଯୋଜନା ଥିଲା। କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇପାରିନି। ବିଶାଖାପାଟଣାରୁ ଏକ ବୈଷୟିକ ଟିମ୍‌ ଆସିଲେ, ଏହାକୁ ଅସ୍ଥାୟୀ ଭାବେ ବନ୍ଦ କରିବା ପାଇଁ ବ୍ୟବସ୍ଥା ହେବ।

ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ