ରାଇକିଆ ପଞ୍ଚାୟତରେ ସଫେଇ ଗାଡ଼ି ଉଦ୍‌ଘାଟିତ

ସ୍ୱଚ୍ଛ ରାଇକିଆ ଗଠନ ଦିଗରେ ସରପଞ୍ଚଙ୍କ ଉଦ୍ୟମ

ରାଇକିଆ: ସ୍ୱାଧୀନତା ଦିବସ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ଆବର୍ଜନା ସଫେଇ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ସଫେଇ ଗାଡ଼ି ଉଦ୍‌ଘାଟନ କରାଯାଇଛି। ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ଉଦ୍ୟମରେ ଏହି ସଫେଇ ଗାଡ଼ିର ଶୁଭାରମ୍ଭ ହୋଇଥିବା ବେଳେ ଏହା ଦ୍ୱାରା ପଞ୍ଚାୟତ ଅଞ୍ଚଳରେ ଘରୋଇ ଆବର୍ଜନା ସଂଗ୍ରହ ଓ ସଫେଇ କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ କରାଯିବ।କାର୍ଯ୍ୟକ୍ରମରେ ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ନାୟବ ସରପଞ୍ଚ ନିଥlନିଏଲ ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବଶମ୍ଭୁ ଗୌଡ଼, ଜିପିଡିଓ ମହେଶ ପଟ୍ଟନାୟକ, ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ର, ନାଗରିକ ମଞ୍ଚ ସଭାପତି ଦୁର୍ଯ୍ୟୋଧନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହ ଅଭିମନ୍ୟୁ ପଣ୍ଡା ୱାର୍ଡ ସଭ୍ୟ ମିଟୁ ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ଦିଗାଲ, ରାଜକିଶୋର ପରିଛାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଗ୍ରାମବାସୀ, ଏମ୍‌ବିକେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ।ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସୁସ୍ଥ ସମାଜର ଏକ ପ୍ରମୁଖ ଆଧାର ହୋଇଥିବାରୁ ପଞ୍ଚାୟତ ପକ୍ଷରୁ ଏଭଳି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି। ଆବର୍ଜନା ଏଣେତେଣେ ନ ପକାଇ ନିର୍ଦ୍ଧାରିତ ସ୍ଥାନରେ ଦେବା ସହ ସଫେଇ ଗାଡ଼ିକୁ ସହଯୋଗ କରି ରାଇକିଆକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପଞ୍ଚାୟତ ପକ୍ଷରୁ ଗ୍ରାମବାସୀଙ୍କୁ ଆହ୍ୱାନ ଦିଆଯାଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ