
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅବସରରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ସେବା, ସୁଶାସନ ଓ ଜନକଲ୍ୟାଣମୂଳକ ବାର୍ତ୍ତାକୁ ନେଇ ପଥପ୍ରାନ୍ତ ନାଟକ ଆୟୋଜିତ ହେଉଛି।
ଏହି କ୍ରମରେ ସାହାରା ଅନୁଷ୍ଠାନର ସାଂସ୍କୃତିକ ଦଳ ରାଇକିଆ ପକ୍ଷରୁ ରାଇକିଆ ବସ୍ଷ୍ଟାଣ୍ଡ ଏବଂ ମଣ୍ଡାକିଆ ପଞ୍ଚାୟତରେ ‘ନମୋ ସେବା ଗାଥା’ ନାଟକ ପରିବେଷଣ କରାଯାଇଥିଲା। ନାଟକ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ଓ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ପଥପ୍ରାନ୍ତ ନାଟକ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।
କାର୍ଯ୍ୟକ୍ରମରେ ରାଇକିଆ ବ୍ଲକ କଳାକାର ସଂଘର ସଭାପତି,ତଥା ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁ, ଉପସଭାପତି ତଥା ସାହାରା ଏନଜିଓ ମୁଖ୍ୟ ସୁକାନ୍ତ କୁମାର ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ଡବ୍ଲ୍ୟୁଇଓ, ସରପଞ୍ଚ, ସମିତିସଭ୍ୟ ଏବଂ ଭାଜପା ଜିଲ୍ଲା ଉପସଭାପତି ଝୁଲିମା ଦଳବେହେରାଙ୍କ ସମେତ ବହୁ ଜନପ୍ରତିନିଧି, ଅଧିକାରୀ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା








