ଭୁବନେଶ୍ଵର:ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଡ୍ୟୁଟି ସମୟରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଘଟିଛି ଏହି ଅଭାବନୀୟ ଘଟଣା। ହସ୍ପିଟାଲ ବାଥରୁମ୍ ଭିତରୁ ମିଳିଛି ମୃତଦେହ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ନର୍ସ ଗଞ୍ଜାମ ଜିଲାର ସୋନାଲି ରାଉତ ବୋଲି ଜଣା ପଡ଼ିଛି। ତେବେ ମୃତ୍ୟୁର ସଠିକ୍ କାରଣ ଜଣା ପଡିନାହିଁ।
ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ
ଭୁବନେଶ୍ୱର: ଏଥର ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟର ୧୧୫ଟି ସହରାଞ୍ଚଳରେ ଶତାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ। ଏଥିପାଇଁ ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ,…