ଏ.ଜି. ଛକରେ ସିରିଜ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଚାଳକ, ଯାତ୍ରୀ ଗୁରୁତର

ଭୁବନେଶ୍ଵର:ରାଜଧାନୀର ଏ.ଜି. ଛକରେ ସିରିଜ ଦୁର୍ଘଟଣା। କାରକୁ ପିଟିଲା ହାଇୱା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ କାର ଗାଡ଼ି ଚାଳକ ଓ ଯାତ୍ରୀ। ହାଇୱା ଟ୍ରକ୍ ଟି ରାଜମହଲରୁ କଲ୍ପନା ଆଡ଼କୁ ଯାଉଥିବା ବେଳେ କାରଟି ବିମାନ ବନ୍ଦରରୁ ତ୍ରିଶୂଳିଆ ଅଭିମୁଖେ ଯାଉଥିଲା। ହାଇୱା ଟ୍ରକଟି ଦ୍ରୁତ ଗତିରେ ଆସି ପ୍ରଥମେ ବିମାନବନ୍ଦର ଆଡୁ ଆସୁଥିବା କାର୍ କୁ ଧକ୍କା ଦେଇଥିଲା, ପରେ କାରଟି ନିଜ ଭାରସାମ୍ୟ ହରାଇ ଅନ୍ୟ ଏକ କାର ସହ ପିଟି ହୋଇଥିଲା। ବିମାନବନ୍ଦରରୁ ଯେଉଁ ଯାତ୍ରୀଜଣଙ୍କ ଯାଉଥିଲେ ତାଙ୍କର ମୁଣ୍ଡ ଏବଂ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଡ୍ରାଇଭରଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି। ଦୁଇ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। କମିସନରେଟ ପୁଲିସର ଢିଲା ନାଇଟ ପାଟ୍ରୋଲିଂ ଏବଂ ରାତି ୧୧ଟା ପରେ ଟ୍ରାଫିକ ଲାଇଟ୍ ବନ୍ଦ ହେବା ଯୋଗୁଁ ରାଜଧାନୀ ଭୁବନେଶ୍ଵରରେ ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଛି।

  • Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

    ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ…

    Continue reading
    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି