ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌

ଭୁବନେଶ୍ୱର: ସରକାରୀ ଓ ବେସରକାରୀ ହସ୍ପିଟାଲରେ ପୁଳାପୁଳା ଡେଙ୍ଗୁ ରୋଗୀ । ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୧୦୦ ପାର କରିଛି । ହେଲେ ବିଏମ୍‌ସି ଚେତୁନି । କେବଳ ସଚେତନତା କାର୍ୟ୍ୟକ୍ରମ କରି ହାତ ଝାଡ଼ି ଦେଇଛି । ପ୍ରତିଦିନ ୬/୭ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ପଟିଆ, ଜାଗମରାରେ ସର୍ବାଧିକ ଡେଙ୍ଗୁ ରୋଗୀ ଦେଖିବାକୁ ମିଳିଛି । ଆଇଆର୍‌ସି ଭିଲେଜ୍‌ରେ ସ୍ଥିତି ସାଂଘାତିକ ରହିଛି । ବସ୍ତି, ଆପାର୍ଟମେଣ୍ଟ, ସରକାରୀ କାର୍ୟ୍ୟାଳୟ ସବୁଠି ଡେଙ୍ଗୁ ମଶାଙ୍କ ଆତଙ୍କ ଦେଖିବାକୁ ମିଳିଛି ।

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ନିୟମିତ ମଶା ଧୂଆଁ ଦିଆହେଉନି । ମଶା ତେଲ ପଡୁନି । ବିଏମ୍‌ସି ପକ୍ଷରୁ କେବଳ ଫଟୋ ଉଠାଚାଲିଛି । ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍କୁଲରେ ସଚେତନତା କରାଯାଇଛି । ଅର୍ବାନ ମେଟ୍ରୋପଲିଟାନ୍‌ ସର୍ଭେଲାନ୍ସ ୟୁନିଟ୍‌ ପକ୍ଷରୁ ଏକ ଘରୋଇ ବିଦ୍ୟାଳୟରେ ସଚେତନତା କାର୍ୟ୍ୟକ୍ରମ କରାଯାଇଛି । ଡେଙ୍ଗୁ ମଶା ଲାର୍ଭା କିପରି ନଷ୍ଟ କରାଯିବ ତାହା ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦିଆଯାଇଛି ।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ