ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି: ମୁଖ୍ୟମନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲାରେ ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି। ବିରୋଧୀଙ୍କୁ ନିଶାନା କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ସଂଧ୍ୟାରେ ଯାଜପୁର ଧର୍ମଶାଳା ମହୋତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ।

ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ କହିଥିଲେ, କିଛି ତଥାକଥିତ ନେତାଙ୍କର ଭ୍ରାନ୍ତ ଧାରଣା ଥିଲା ଯେ ସେମାନେ ଏହି ଜିଲ୍ଲାରେ ଅପରାଜେୟ। ମାତ୍ର ସେ ଗର୍ବ ଓ ଅହଂକାରକୁ ଆପଣମାନେ ଚୁରମାର କରି ଦେଇଛନ୍ତି। ଏଇ ମହତକାର୍ୟ୍ୟ କରିଥିବାରୁ ଆପଣମାନେ ଆଜି ଧନ୍ୟବାଦର ପାତ୍ର।

ମୁଖ୍ୟମନ୍ତ୍ରୀ କହିଥିଲେ, ଯାଜପୁର ଜିଲ୍ଲାରେ ପରିବାରବାଦର ଅନ୍ତ ଘଟିଛି। ଏଠି ଦୁଇଟି ପରିବାର ଯାଜପୁର ଜିଲ୍ଲାକୁ ସେମାନଙ୍କ ନିଜର ଜାଗିର ଜମି ବୋଲି ଭାବୁଥିଲେ। ଏହି ମାନସିକତାରେ ପରମାନେଣ୍ଟଲି ଦ ଏଣ୍ଡ୍ ହୋଇସାରିଛି।ସେହିପରି ଖଣି ଲୁଟ୍ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ନିଶାନା କରିଥିଲେ। ସେ କହିଥିଲେ, କିଛି ଭୋକିଲା ନେତା
ଏତେ ଭୋକିଲା ଥିଲେ ଯେ ଏ ଜିଲ୍ଲାର ବାଲି ଗୋଡ଼ି ବି ଖାଇଯାଉଥିଲେ। ଏବେ ସେମାନଙ୍କ ବଦହଜମି ହୋଇଯାଇଛନ୍ତି। ତେବେ ସେମାନେ ଚିନ୍ତା କରନ୍ତୁ ନାହିଁ। ଆମେ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବୁ।

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର କହିଛନ୍ତି ଯେ ଲୋକେ ମାଲିକ। ସେମାନେ ଯାହା ଚାହିଁବେ, ତାହା କରିବେ। ସେମାନେ ଯାହାକୁ ଚାହିଁବେ କ୍ଷମତାକୁ ଆଣିବେ। ମାତ୍ର ପରକୁ କହିବା ପୂର୍ବରୁ ନିଜକୁ ଦେଖିବା ଉଚିତ ବୋଲି ସେ କହିଛନ୍ତି।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

    ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି । । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ ଦିଆଯାଇଛି…

    Continue reading
    ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା

    ଭୁବନେଶ୍ଵର : ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା। ଗୁରୁବାର ରାତିରେ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । କମିଟିରେ ୭୨ ଜଣ ସଦସ୍ୟ ଅଛନ୍ତି । ଏଥିସହ ୩୮ ଜଣ ସ୍ୱତନ୍ତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ