ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି: ମୁଖ୍ୟମନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲାରେ ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି। ବିରୋଧୀଙ୍କୁ ନିଶାନା କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ସଂଧ୍ୟାରେ ଯାଜପୁର ଧର୍ମଶାଳା ମହୋତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ।

ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ କହିଥିଲେ, କିଛି ତଥାକଥିତ ନେତାଙ୍କର ଭ୍ରାନ୍ତ ଧାରଣା ଥିଲା ଯେ ସେମାନେ ଏହି ଜିଲ୍ଲାରେ ଅପରାଜେୟ। ମାତ୍ର ସେ ଗର୍ବ ଓ ଅହଂକାରକୁ ଆପଣମାନେ ଚୁରମାର କରି ଦେଇଛନ୍ତି। ଏଇ ମହତକାର୍ୟ୍ୟ କରିଥିବାରୁ ଆପଣମାନେ ଆଜି ଧନ୍ୟବାଦର ପାତ୍ର।

ମୁଖ୍ୟମନ୍ତ୍ରୀ କହିଥିଲେ, ଯାଜପୁର ଜିଲ୍ଲାରେ ପରିବାରବାଦର ଅନ୍ତ ଘଟିଛି। ଏଠି ଦୁଇଟି ପରିବାର ଯାଜପୁର ଜିଲ୍ଲାକୁ ସେମାନଙ୍କ ନିଜର ଜାଗିର ଜମି ବୋଲି ଭାବୁଥିଲେ। ଏହି ମାନସିକତାରେ ପରମାନେଣ୍ଟଲି ଦ ଏଣ୍ଡ୍ ହୋଇସାରିଛି।ସେହିପରି ଖଣି ଲୁଟ୍ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ନିଶାନା କରିଥିଲେ। ସେ କହିଥିଲେ, କିଛି ଭୋକିଲା ନେତା
ଏତେ ଭୋକିଲା ଥିଲେ ଯେ ଏ ଜିଲ୍ଲାର ବାଲି ଗୋଡ଼ି ବି ଖାଇଯାଉଥିଲେ। ଏବେ ସେମାନଙ୍କ ବଦହଜମି ହୋଇଯାଇଛନ୍ତି। ତେବେ ସେମାନେ ଚିନ୍ତା କରନ୍ତୁ ନାହିଁ। ଆମେ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବୁ।

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର କହିଛନ୍ତି ଯେ ଲୋକେ ମାଲିକ। ସେମାନେ ଯାହା ଚାହିଁବେ, ତାହା କରିବେ। ସେମାନେ ଯାହାକୁ ଚାହିଁବେ କ୍ଷମତାକୁ ଆଣିବେ। ମାତ୍ର ପରକୁ କହିବା ପୂର୍ବରୁ ନିଜକୁ ଦେଖିବା ଉଚିତ ବୋଲି ସେ କହିଛନ୍ତି।

  • Related Posts

    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading
    ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ କଳଙ୍କିତ ଅଧ୍ୟାୟର ଆଖ୍ୟା ଦେଇଛନ୍ତି ଯୁବସମାଜ

    ଭୁବନେଶ୍ବର,: ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ରାଜନୀତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ କଡା ଜବାବ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଓଡ଼ିଶାରେ ଛାତ୍ର ସଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି