ରାଜସ୍ବ ବିଭାଗର କମିଟି ଗଠନ ଜମିଜମା ରେକର୍ଡିଂ ନେଇ ଆସିବ ସଂଶୋଧିତ ଏସଓପି

ଭୁବନେଶ୍ବର: ସରକାରୀ ଓ ବେସରକାରୀ ଜମିର ରେକର୍ଡ଼ିଂ ସମ୍ବନ୍ଧୀୟ ପ୍ରଚଳିତ ଏସ୍‌ଓପିର ପୁନଃ ବିଚାର ଓ ସଂଶୋଧନ ପାଇଁ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସରକାରୀ ଜମି ଏବଂ ରୟତ ଜମି ରେକର୍ଡ କରିବା ପ୍ରଣାଳୀ ନିମନ୍ତେ ସଂଶୋଧିତ ଏସଓପି ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦେଶ ଜାରି କରିଛନ୍ତି। ଉକ୍ତ ଏସଓପି ପୁସ୍ତିକାଗୁଡ଼ିକର ଶେଷ ସଂସ୍କରଣ ୧୯୯୦ରେ ପ୍ରକାଶିତ ହୋଇଥିଲା। ନୀତି, ନିୟମ ଓ ପ୍ରଶାସନିକ ପରିଚାଳନାରେ ସମୟାନୁକ୍ରମେ ପରିବର୍ତ୍ତନ ଦୃଷ୍ଟିରୁ ଏହାର ସାମଗ୍ରିକ ସଂଶୋଧନର ଆବଶ୍ୟକତା ଦେଖା ଦେଇଥିଲା।

ଏହି କମିଟିର ଅଧ୍ୟକ୍ଷ ଭାବେ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ଅବସ୍ଥାପିତ ହୋଇଥିବାବେଳେ ସଦସ୍ୟମାନଙ୍କ ଭିତରେ ଚକବନ୍ଦୀ ଏବଂ ବନ୍ଦୋବସ୍ତର ଅତିରିକ୍ତ ସଚିବ (ସିଏଚ ଆଣ୍ଡ୍ ଏସ), ଜମି ରେକର୍ଡ ଏବଂ ସର୍ଭେ, ଓଡ଼ିଶାର ନିର୍ଦେଶକ (ଡିଏଲଆର୍ ଆଣ୍ଡ୍ ଏସ୍), ରାଜସ୍ବ ପର୍ଷଦ, ଓଡ଼ିଶାର ସଚିବ ଏବଂ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଯୁଗ୍ମ ଶାସନ ସଚିବ ସଦସ୍ୟ-ସଂଯୋଜକ ଭାବେ ରହିବେ। କମିଟିର କାର୍ୟ୍ୟ ପରିସର ଏବଂ ସର୍ତ୍ତାବଳୀ ଅନୁଯାୟୀ, ୧୯୯୦ରେ ଜାରି ହୋଇଥିବା ଏସ୍ଓପିଗୁଡ଼ିକର ସମୀକ୍ଷା, ଏପର୍ୟ୍ୟନ୍ତ ପ୍ରଣୀତ ନୂତନ ଆଇନ, ନିୟମ, ସରକାରୀ ସର୍କୁଲାର ଓ ପରବର୍ତ୍ତୀ ନିର୍ଦେଶଗୁଡ଼ିକର ଆଲୋଚନା ସହ ସରଳ ଓଡ଼ିଆ ଓ ଇଂରାଜୀରେ ନୂତନ ଏସଓପି ଖସଡ଼ା ପ୍ରସ୍ତୁତି କରିବା ନିମନ୍ତେ କମିଟିକୁ ନିର୍ଦେଶ ଜାରି କରାଯାଇଛି। କମିଟିକୁ ଏହି ଆଦେଶ ଜାରି ହେବାର ତାରିଖରୁ ଏକ ମାସ ମଧ୍ୟରେ ସଂଶୋଧିତ ଏସଓପି ପୁସ୍ତିକାର ଖସଡ଼ା ସରକାରଙ୍କ ନିକଟରେ ଅନୁମୋଦନ ପାଇଁ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକତାନୁସାରେ କମିଟି ଅନ୍ୟ ବିଶେଷଜ୍ଞ ଓ ଅଧିକାରୀଙ୍କୁ ନିୟୋଜିତ କରି ସେମାନଙ୍କର ସହଯୋଗ ମଧ୍ୟ ନେଇପାରିବ।

  • Related Posts

    ରାଜ୍ୟରେ ହେବ ୨୩ଟି ଟ୍ରକ ଟର୍ମିନାଲ: ମନ୍ତ୍ରୀ

    ଭୁବନେଶ୍ବର: ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମ କୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ସଡ଼କ ସୁରକ୍ଷାକୁ ନେଇ ଓଡିଶାରେ ଆଲର୍ଟ । ରାଜ୍ୟର ବାଣିଜ୍ୟ ଓ ପରିବହନ ବିଭାଗ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଏହି ନିର୍ଦ୍ଦେଶଗୁଡ଼ିକୁ କଡ଼ାଭାବେ…

    Continue reading
    ମେଟ୍ରୋ ବଦଳରେ ଗଡ଼ିବ ବସ

    ଭୁବନେଶ୍ବର: କଟକ-ଭୁବନେଶ୍ବରରେ ଚାଲିବ ମେଟ୍ରୋ । ଏ ସ୍ବପ୍ନ ଅନେକ ଦିନ ଆଗରୁ ଦେଖି ଆସୁଛନ୍ତି ଟ୍ବିନସିଟିବାସୀ । ଆଉ ପୂର୍ବ ସରକାର ସମୟରେ ଏଥିପାଇଁ କାମ ମଧ୍ୟ ଆରମ୍ଭ ହେଲା । ହେଲେ ଏବେ ଏହି ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ