ରାଜ୍ୟରେ ହେବ ୨୩ଟି ଟ୍ରକ ଟର୍ମିନାଲ: ମନ୍ତ୍ରୀ

ଭୁବନେଶ୍ବର: ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମ କୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ସଡ଼କ ସୁରକ୍ଷାକୁ ନେଇ ଓଡିଶାରେ ଆଲର୍ଟ । ରାଜ୍ୟର ବାଣିଜ୍ୟ ଓ ପରିବହନ ବିଭାଗ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଏହି ନିର୍ଦ୍ଦେଶଗୁଡ଼ିକୁ କଡ଼ାଭାବେ ପାଳନ କରିବାକୁ ଆଦେଶ ଦେଇଛି।
ରାଜ୍ୟରେ ହେବ ୨୩ଟି ଟ୍ରକ ଟର୍ମିନାଲ। ଏଥିରେ ହୋଟେଲ ସହ ପାର୍କିଂ ସୁବିଧା ରହିବ। ଜାତୀୟ ରାଜପଥ କଡରେ ନିର୍ମାଣ ହେଉଛି, ଶେଷ ପର୍ଯ୍ୟାୟରେ କାମ ଚାଲିଛି। ନ୍ୟାସନାଲ ହାଇଓ୍ବେ ଲଜିଷ୍ଟିକକୁ ମିଳିଥିଲା ପରିଚାଳନା ଦାୟିତ୍ବ । କାମରେ ବିଳମ୍ବ କରୁଥିବାରୁ ଠିକା ସଂସ୍ଥାକୁ ତାଗିଦ କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା । ନୂଆ ସଂସ୍ଥାକୁ କାମ ଦେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା। ପଳାଶୁଣୀରେ ଭିଡ କମାଇବା ପାଇଁ ୬ ଲେନ ରାସ୍ତା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅମାନିଆ ଚାଳକ ଦେଲେଣି ୧୬ କୋଟ ଟଙ୍କା। ଗତ ଏକମାସରେ ପରିବହନ ବିଭାଗ ୧୬ କୋଟି ଟଙ୍କା ଆଦାୟ କରିଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।
ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ବେଆଇନ ପାର୍କିଂ ଉପରେ ରୋକ୍: ଜାତୀୟ ରାଜପଥରେ ଭାରୀ କିମ୍ବା ବ୍ୟବସାୟିକ ଯାନଗୁଡ଼ିକ ଏଣିକି ଯେଉଁଠି ସେଇଠି ପାର୍କିଂ କରିପାରିବେ ନାହିଁ। କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ପାର୍କିଂ କରିବାକୁ ଅନୁମତି ମିଳିବ। ଏହାକୁ ATMS ଏବଂ ଇ-ଚାଲାଣ ମାଧ୍ୟମରେ କଡ଼ାକଡ଼ି ନଜର ରଖାଯିବ। ସାରା ଦେଶରେ ଯେତିକି ରାସ୍ତା ଅଛି ତା’ର ମାତ୍ର ୨% ଜାତୀୟ ରାଜପଥ। ହେଲେ ସଡ଼କ ଦୁର୍ଘଟଣା‌ରେ ଯେତିକି ମୃତ୍ୟୁ ହେଉଛି ତା’ର ୩୦% ଜାତୀୟ ରାଜପଥରେ ହେଉଛି। ସେଥିପାଇଁ ୬୦ ଦିନରେ ଜବରଦଖଲ ହଟାଇବା : ରାଜପଥ କଡ଼ରେ ଥିବା ବେଆଇନ ଢାବା, ଦୋକାନ ବା ଅନ୍ୟାନ୍ୟ ନିର୍ମାଣକୁ ହଟାଇବାକୁ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟିମ୍ ନିୟମିତ ଭାବେ ସଡ଼କ ସୁରକ୍ଷାର ସମୀକ୍ଷା କରିବେ। NHAI କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ପ୍ରତି ୭୫ କିଲୋମିଟର ବ୍ୟବଧାନରେ ଆମ୍ବୁଲାନ୍ସ ଏବଂ ରିକଭରି କ୍ରେନ୍ ମୁତୟନ କରାଯିବ। ଆସନ୍ତା ୪୫ ଦିନ ମଧ୍ୟରେ ସମସ୍ତ ଦୁର୍ଘଟଣାପ୍ରବଣ ସ୍ଥାନ ବା ‘Blackspots’ ଚିହ୍ନଟ କରି ସେଠାରେ ହାଇ-ଇଣ୍ଟେନସିଟି ଲାଇଟ୍ ଏବଂ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜାତୀୟ ରାଜପଥର ମଧ୍ୟ ଭାଗରୁ ୪୫ ମିଟର ପର୍ଯ୍ୟନ୍ତ କୌଣସି ଆବାସିକ, ୭୫ ମିଟର ପର୍ଯ୍ୟନ୍ତ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ନିର୍ମାଣ ହେବନି କି ଏଥିପାଇଁ ଜମିର କିସମ ପରିବର୍ତ୍ତନ ହେବନି। ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ