ରାଜ୍ୟରେ ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ

ଭୁବନେଶ୍ୱର: : ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁଁ  ପ୍ରାଥମିକ ଆକଳନରେ ରାଜ୍ୟରେ ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡା ଜିଲାରେ ୨୩ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏଠାରେ ରାଜକନିକା, ଆଳି ଓ ମହାକାଳପଡା ବ୍ଲକରେ ସର୍ବାଧିକ କ୍ଷତି ହୋଇଛି। ସେହିପରି ଭଦ୍ରକ ଜିଲାରେ ୨୪,୧୧୫ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ଜିଲାର ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରୀ ଓ ଧାମନଗରରେ ଅଧିକ କ୍ଷତି ଘଟିଛି। ବାଲେଶ୍ୱର ଜିଲାରେ ୩୧୪୦ ହେକ୍ଟର, ମୟୂରଭଞ୍ଜ ଜିଲାରେ ୨୩୮୧ ହେକ୍ଟର ଜମି ବର୍ଷା ଯୋଗୁଁ ନଷ୍ଟ ହୋଇଛି। ଯାଜପୁରରେ ୨୭୦୯ ହେକ୍ଟର, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି, ବର୍ଷା କମିବା ଯାଏଁ ଲୋକାମାନେ ସାମାନ୍ୟ ହଇରାଣ ହେବେ। ସେପଟେ ବାତ୍ୟା ଦାନା ପାଇଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌‌। ଏନେଇ ସୂଚନା ଦେଇଛନ୍ତି ସୁରେଶ ପୂଜାରୀ। ଆଗାମୀ ୭ଦିନରେ କେନ୍ଦ୍ର ସରକାରଙ୍କୁ ବାତ୍ୟା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପଠାଯିବ। କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଖରେ ଅର୍ଥ ପହଞ୍ଚାଇବେ ବୋଲି ମନ୍ତ୍ରୀ କହିଛନ୍ତି।

Related Posts

ଶୋଇଥିବା ବେଳେ ହାତୀ ଆକ୍ରମଣ, ୪ ଗୁରୁତର

ବଲାଙ୍ଗୀର :ରାତିରେ ଶୋଇଥିବା ବେଳେ ହାତୀ ଆକ୍ରମଣ। ଗୋଟିଏ ପରିବାରର ୪ ଗୁରୁତର। ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ସରଗୁଲ ଗାଁରେ ହାତୀ ଆତଙ୍କ। ରାତିରେ ଶୋଇଥିବା ବେଳେ ଗାଁରେ ପଶିଥିଲେ ୧୫ ଟିକିଆ ହାତୀ ପଲ। ଆକ୍ରମଣରେ ଗାଁର ଲିଙ୍ଗରାଜ…

Continue reading
ସ୍କୁଲ ପ୍ରବେଶ ଫାଟକ ଭୁଶୁଡ଼ି ଦୁଇ ଛାତ୍ର ଆହତ

ନନ୍ଦପୁର: କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ ହୋଇଛନ୍ତି। ଦୁଇ ଛାତ୍ର ସତ୍ୟ ଖିଲ (୭) ଓ କାମେଶ ଖିଲ (୮)ଙ୍କୁ ନନ୍ଦପୁର…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ