ରାଜ୍ୟର ୪ଟି ସ୍ଥାନରେ ନୂଆ କଲେଜଖୋଲିବ ଓୟୁଏଟି

ଭୁବନେଶ୍ୱର : ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଗଢ଼ା ଯାଇଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦିନକୁ ଦିନ କଳେବର ବୃଦ୍ଧି କରି ଚାଲିଛି । ଅଧିକରୁ ଅଧିକ ଚାଷୀଙ୍କୁ ସାହାଯ୍ୟ କରିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତି କରି ଚାଲିଛନ୍ତି ଓୟୁଏଟି କର୍ତ୍ତୃପକ୍ଷ । ଆଉ ସେଥିରେ ମୋହର ମାରୁଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଏବେ ଏଥିରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେବ । ଓୟୁଏଟି ରାଜ୍ୟର ୪ଟି ସ୍ଥାନରେ ଖୋଲିବ ନୂଆ କଲେଜ । ସେଥି ମଧ୍ୟରୁ ୨ଟି କୃଷି ମହାବିଦ୍ୟାଳୟ, ଗୋଟିଏ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଓ ଗୋଟିଏ ମତ୍ସ୍ୟ ମହାବିଦ୍ୟାଳୟ । ମୟୂରଭଞ୍ଜରେ ୬୦ ସିଟ୍ ବିଶିଷ୍ଟ କୃଷି ମହାବିଦ୍ୟାଳୟ ହେବ । ସେହି ମହାବିଦ୍ୟାଳୟରେ ଚଳିତବର୍ଷରୁ ପାଠପଢ଼ା ଆରମ୍ଭ ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନାମଲେଖା ଆରମ୍ଭ ହେବା ସହିତ ଉଭୟ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବି ଜାରି ରହିଛି । ସମସ୍ତ କଲେଜ ଭଳି ଏଠାରେ ବି ଡିନ୍ଠୁ ଆରମ୍ଭ କରି ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, କିରାଣି, ପିଅନ୍, ଲାଇବ୍ରେରିଆନ୍ ନିଯୁକ୍ତ ହେବେ ବୋଲି କୁଳସଚିବ ପ୍ରତିଭା ଦୋରା ସୂଚନା ଦେଇଛନ୍ତି ।
ସେହିପରି ଚଳିତବର୍ଷରୁ ସମ୍ବଲପୁର ଜିଲ୍ଲାର ଚିପିଲିମା ନିକଟରେ ଥିବା କଳାମାଟି ଗାଁରେ ହେବ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ । ପୂର୍ବରୁ ଚିପିଲିମାରେ କୃଷି ମହାବିଦ୍ୟାଳୟ ଥିବା ବେଳେ ପୁଣି ଏଠାରେ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଚିପିଲିମାରେ ଥିବା ଗୋଶାଳାରେ ଅସ୍ଥାୟୀ ଭାବେ କଲେଜ ଚାଲିବ । ଏହି କଲେଜ ଖୋଲିବା ପାଇଁ ଭାରତୀୟ ପ୍ରାଣୀ ଚିକିତ୍ସା ପରିଷଦ(ଭେଟେରିନାରୀ କାଉନସିଲ୍ ଅଫ୍ ଇଣ୍ଡିଆ)ର ଅନୁମତି ଲୋଡ଼ାଯାଇଛି । ଏହା ମିଳିବା ପରେ ଚଳିତବର୍ଷରୁ ପାଠପଢ଼ା ଆରମ୍ଭ ହେବା ସହିତ ଉଭୟ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ।
ସୋନପୁରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ସହିତ କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିଜ ଜିଲ୍ଲା ବଲାଙ୍ଗୀରରେ ମଧ୍ୟ ଗୋଟିଏ ନୂଆ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେବ । ତେବେ ରାଜ୍ୟରେ ଦୁଇଟି କୃଷି ମହାବିଦ୍ୟାଳୟ ଓ ଗୋଟିଏ ମତ୍ସ୍ୟ ମହାବିଦ୍ୟାଳୟ ଖୋଲିବା ବାବଦରେ ଭାରତୀୟ କୃଷି ଗବେଷଣା ପରିଷଦ(ଆଇସିଏଆର୍) ଅନୁମତି ଦେବ । ସେ ନେଇ ଆବେଦନ କରାଯାଇଛି । ଏହି ସମସ୍ତ ୪ଟି ଯାକ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବା ସହିତ ଅଗ୍ରୀମ ଅର୍ଥ ଦେଇ ସାରିଛନ୍ତି ।

ତେବେ ଅନୁମତି ମିଳିବା ପରେ ଓୟୁଏଟି ପକ୍ଷରୁ ସମସ୍ତ ପ୍ରକାର ପ୍ରକ୍ର୍ରିୟା ଆରମ୍ଭ ହୋଇଥିବା କୁଳସଚିବ ଶ୍ରୀମତୀ ଦୋରା ସୂଚନା ଦେଇଛନ୍ତି । ତେବେ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ନିର୍ଦ୍ଦେଶ ଅନୁସାରେ ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଚଳିତବର୍ଷ ଜୁଲାଇ ୨୨ ତାରିଖରେ ଅନୁମୋଦନ ମିଳିଥିବା ବେଳେ ଓୟୁଏଟିର ପରିଚାଳନା ବୋର୍ଡ (ବୋଡ୍ ଅଫ୍ ମ୍ୟାନେଜମେଣ୍ଟ) ଫେବ୍ରୁଆରୀ ୨୧ରୁ ଏ ନେଇ ନିଷ୍ପତ୍ତି ସରିଛି । ଗତ ଜୁଲାଇ ୩୧ରେ ଏ ନେଇ ଏକାଡେମିକ୍ କାଉନସିଲରେ ସଂକଳ୍ପ ପାରିତ ହୋଇଥିବା ବେଳେ ଅଗଷ୍ଟ ୫ ତାରିଖରେ ଚୂଡାନ୍ତ ନିଷ୍ପତ୍ତି ହୋଇଛି । ଏହା ସହିତ ଉପରୋକ୍ତ ୪ଟି ଯାକ କଲେଜରେ ୨୦୨୬-୨୭ ଶିକ୍ଷାବର୍ଷରୁ ପାଠପଢ଼ା ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

  • Related Posts

    ମୋହନଙ୍କ ବଡ଼ ନିଷ୍ପତ୍ତି : ନବମ ଓ ଦଶମ ପିଲାଙ୍କୁ ମିଳିବ ମାଗଣା ବହି

    ଭୁବନେଶ୍ୱର, ୧୩ ।୧୦ : ରାଜ୍ୟ କ୍ୟାବିନେଟ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରିବେ । ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୨୮.୯୦ ଲକ୍ଷ…

    Continue reading
    ମୋହନଙ୍କ ବଡ଼ ନିଷ୍ପତ୍ତି : ବର୍ଷା ଜଳ ନିଷ୍କାସନ ପାଇଁ ୫ ଶହ କୋଟି

    ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍‌କୁ ମଞ୍ଜୁରୀ ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ