ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ ହେଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଜ୍ୟ ପ୍ରଭାରୀ ଓ ସହପ୍ରଭାରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ତାରକା ପ୍ରଚାରକ ତାଲିକାରେ ସାମିଲ
ଭୁବନେଶ୍ୱର,ତା.୧୬/୧୦: ନୁଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ପ୍ରାର୍ଥୀ ଚୟନ ସହିତ ପ୍ରସ୍ତୁତି କାର୍ଯ୍ୟରେ ବିଜେପି ଆଗୁଆ ରହିଛି । ବିଜେପିର ଡବଲ ଇଂଜିନ ସରକାର ଗଠନ ହେବା ପରେ ରାଜ୍ୟର ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି । ବିଜେପି ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଛି । ରାସ୍ତାଘାଟରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଜଳସେଚନ ଏବଂ ବିଶେଷ କରି ଦାଦନ ସମସ୍ୟାର ସମ।।ନକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନକୁ ଉହ୍ଲାଇଛି ବିଜେପି । ଏଥର ଉପ ନିର୍ବାଚନରେ ନୂଆପଡାବାସୀ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବେ । ବିକାଶ ଓ ଅଭିବୃଦ୍ଧିର ମୂର୍ତ୍ତିକାରଙ୍କୁ ନେଇ ପ୍ରସ୍ତୁତ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛୁ । ଏହି ତାରକା ପ୍ରଚାରକମାନେ ପ୍ରଚାରର ମଙ୍ଗ ଧରି କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିବା ସହିତ ଦଳ ସହିତ ଯୋଡିବା ହେବା ପାଇଁ ଭୋଟରଙ୍କୁ ଆତ୍କୃଷ୍ଟ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଏହି ତାଲିକାରେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶ୍ରୀ ଜୁଏଲ ଓରାମ, ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ, କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂସଲ, ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଭି ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡା, ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅରୁଣ ସାଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡ. ସମ୍ବିତ ପାତ୍ର, ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସାଂସଦ ଶ୍ରୀ ବିଜମୋହନ ଅଗ୍ରଓ୍‌ôାଲ, ଶ୍ରୀମତୀ ସଂଗୀତା ସିଂହଦେଓ, ପଂଚାୟତିରାଜ ଏବଂ ପାନୀୟ ଜଳ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଆଦିବାସୀ କଲ୍ୟାଣ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଛତିଶଗଡ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗୁରୁ ଖୁସଓ୍‌ôନ୍ତ ସାହବ, ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ସାଂସଦ ଶ୍ରୀମତୀ ରୁପକୁମାରୀ ଚୈାଧୁରୀ, ଶ୍ରୀମତୀ ମାଳବିକା ଦେବୀ, ପୂର୍ବତନ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ସାଂସଦ ଶ୍ରୀ ଅନୁଭବ ମହାନ୍ତି, ବିଧାୟକ ଶ୍ରୀ ଆକାଶ ଦାଶ ନାୟକ, ରାଜ୍ୟ ସାଧାରଣ ସଂପାଦକ(ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ଶ୍ରୀ ରଞ୍ଜନ କୁମାର ପଟେଲ, ପ୍ରସିଦ୍ଧ ଅଭିନେତା ତଥା ଛତିଶଗଡ ବିଧାୟକ ଶ୍ରୀ ଅନୁଜ ଶର୍ମା, ଶ୍ରୀ ରୋହିତ ସାହୁ, ଶ୍ରୀ ଯୋଗେଶ୍ୱର ରାଜୁ ସିହ୍ନା, ଶ୍ରୀ ଲକ୍ଷ୍ମଣ ବାଗ ଏବଂ ଶ୍ରୀ ସନତ ଗଡତିଆ ପ୍ରମୁଖ ସାମିଲ ଅଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ରାଜ୍ୟ ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା, ବରିଷ୍ଠ ନେତା ମୁରଲୀ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    Global crude oil prices surged

    New Delhi| April 4, 2026: Global crude oil prices surged as traders grew concerned about prolonged disruptions to supply. The move came after US President Donald Trump said the United…

    Continue reading
    Principal Secretary to PM, inspects Odisha’s World Skill Center

    Bhubaneswar,04 April,2026: Shaktikanta Das, Principal Secretary to Prime Minister, visited the World Skill Center (WSC) in the Odisha capital on Saturday, reaffirming the growing national focus on advanced skill development…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ