ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି: ରାଇକିଆରେ ଯୁବ ସ୍ୱାବଲମ୍ବୀ ସମ୍ବାଦ କାର୍ଯ୍ୟକ୍ରମ

ରାଇକିଆ: ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ “ବିକାଶର ଧାରା, ଓଡ଼ିଶା ସାରା” ଅଭିଯାନର ଏକ ଅଂଶ ସ୍ୱରୂପ ରାଇକିଆ ବ୍ଲକ ପରିସରରେ ଯୁବ ସ୍ୱାବଲମ୍ବୀ ସମ୍ବାଦ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କୁ କୌଶଳ ବିକାଶ, ସ୍ୱରୋଜଗାର ଏବଂ ଉଦ୍ୟୋଗୀ ହେବା ଦିଗରେ ପ୍ରେରିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସମ୍ବାଦ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଯୁବକ-ଯୁବତୀ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଇକିଆ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ରୀନା ପ୍ରଧାନ ଯୋଗଦେଇ ଯୁବ ସମାଜ କୁ ସରକାରଙ୍କ ବିଭିନ୍ନ ସ୍ୱାବଲମ୍ବନ ଯୋଜନାର ସୁଯୋଗ ଗ୍ରହଣ କରି ନିଜସ୍ୱ ଉଦ୍ୟମ ମାଧ୍ୟମରେ ଆର୍ଥିକ ଭାବେ ସଶକ୍ତ ହେବାକୁ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଭାଜପା ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସନ୍ତୋଷ କୁମାର ଲେଙ୍କା , ଫୁଲବାଣୀ ଶିଳ୍ପ ତାଲିମ କେନ୍ଦ୍ରର ଶିକ୍ଷକ ଅମୂଲ୍ୟ ଶତପଥୀ, ଫୁଲବାଣୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଏଆଇଓ କିରଣପ୍ରଭା ନାୟକ ଏବଂ ସ୍କିଲ ଡେଭେଲପମେଣ୍ଟ ଅଧିକାରୀ ମିନତୀ ଖଣ୍ଡୁଆଳ ଯୋଗଦେଇ କୌଶଳ ବିକାଶ, ଶିଳ୍ପ ପ୍ରଶିକ୍ଷଣ, ସ୍ୱରୋଜଗାର ସୃଷ୍ଟି ଓ ଉଦ୍ୟୋଗୀକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ସମ୍ପର୍କରେ ଯୁବପିଢ଼ିଙ୍କୁ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ପର୍ବରେ ନାନୋ ୟୁନିକର୍ଣ କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଇକିଆର ଯୁବ ଉଦ୍ୟୋଗୀ ନନ୍ଦିନୀ ପ୍ରଧାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ, ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ତାଙ୍କର ସଫଳତା ରାଇକିଆ ଅଞ୍ଚଳର ଯୁବପିଢ଼ି ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।ବକ୍ତାମାନେ କହିଥିଲେ ଯେ, ଆଜିର ପ୍ରତିଯୋଗିତାମୂଳକ ଯୁଗରେ ଯୁବକ ଓ ଯୁବତୀମାନେ କେବଳ ଚାକିରି ଉପରେ ନିର୍ଭରଶୀଳ ନ ହୋଇ ନିଜର ଦକ୍ଷତା, ସୃଜନଶୀଳତା ଓ ନବସୃଜନ କ୍ଷମତାକୁ ବିକଶିତ କରି ସ୍ୱାବଲମ୍ବୀ ହେବା ଆବଶ୍ୟକ। ସରକାରଙ୍କ ବିଭିନ୍ନ ଯୋଜନା, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଆର୍ଥିକ ସହାୟତାର ସୁଯୋଗକୁ ସଠିକ୍ ଭାବେ ବ୍ୟବହାର କରି ଯୁବସମାଜ ନିଜ ଭବିଷ୍ୟତକୁ ସୁଦୃଢ କରିପାରିବେ ବୋଲି ସେମାନେ କହିଥିଲେ।
ଏହି ସମ୍ବାଦ କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜନପ୍ରତିନିଧି, ଭାଜପା ରାଇକିଆ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଧରଣୀଧର କଂହର, ବ୍ଲକ ଗୃହ ନିର୍ମାଣ ସଂଯୋଜକ କମଲ ପ୍ରସlଦ ନାୟକ, ଜିପିଡିଓ ମହେଶ ପଟ୍ଟନାୟକ ସମସ୍ତ କର୍ମଚାରୀ, ସାମାଜିକ କର୍ମୀ ଓ ବହୁ ସଂଖ୍ୟକ ଯୁବକ-ଯୁବତୀ ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଥିଲେ। ଶେଷରେ ଯୁବପିଢ଼ିଙ୍କୁ ନୂତନ ଚିନ୍ତାଧାରା, ଉଦ୍ୟମୀ ମନୋଭାବ ଓ କୌଶଳ ଅର୍ଜନ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ୱାନ ଜଣାଯାଇଥିଲା. ଏହି କାର୍ଯ୍ୟକ୍ରମ କୁ ଓଏଲଏମ ଜୟଦେବ ପ୍ରଧାନ ସଂଚାଳନ କରିଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    puri temple ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଝୁଲଣ ଯାତ୍ରା

    ପୁରୀ : ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ…

    Continue reading
    ପାରିବାରିକ କଳହ, ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

    ଭୁବନେଶ୍ୱର : ବିଷ ପିଇଦେଲେ ଦମ୍ପତି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ଭୁବନେଶ୍ବର ଖଣ୍ଡଗିରି ଥାନା ବାରଭୁଜା ବସ୍ତିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ କେନ୍ଦୁପଲ୍ଲି ଅଞ୍ଚଳର ସ୍ବପ୍ନା ପାତ୍ର । ଗୁରୁତର ଜିତେନ୍ଦ୍ର ପାତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ